ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଡ଼ିଓ ଓ ୩ କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକେୟ ଙ୍କୁ ରାଜସ୍ୱ ବିଭାଗ କୁ ବଦଳି ହେଇଥିବା ବେଳେ ବ୍ଲକ ର ୩ ଜଣ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବିଶ୍ବାଳ , ଚନ୍ଦନ କୁମାର ଦଳେଇ ଓ ସୁକାନ୍ତ ମେହେର ଙ୍କୁ ବଦଳି ହୋଇଛି । ଏନେଇ ସମସ୍ତ ବଦଳି ଅଧିକାରୀ ଙ୍କୁ କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ଵତ୍ତନ ବିଡ଼ିଓ ଶ୍ରୀମତୀ କାର୍ତ୍ତିକେୟ ନିଜ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରକାରର ବାଧା ଭିଗନ୍ନ ରୁ ଉର୍ଦ୍ଧ୍ବ ରେ ରହି ଲୋକଙ୍କ ସେବା କରିବା ପାଇଁ ଉଦ୍ୟମ କରିଥିଲେ । ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ପଞ୍ଚାୟତ ନିର୍ବାଚନ । ତାହା ମଧ୍ୟ ସମସ୍ତ ଙ୍କ ସହଯୋଗରେ ସୁରୁଖୁରୁରେ ଶେଷ ହୋଇଥିବା କଥା କହିଥିଲେ । ସେହିପରି ବଦଳି ହୋଇଥିବା ୩ ଜଣ କନିଷ୍ଠ ଯନ୍ତ୍ରୀ ମାନେ ମଧ୍ୟ ନିଜ ନିଜ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବ୍ଲକ କର୍ମଚାରୀ ମାନେ ସମସ୍ତଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ଓ ସମସ୍ତ ପଞ୍ଚାୟତ ର ପିଇଓ , ଜିଆରଏସ ମାନେ ଉପସ୍ଥିତ ଥିଲେ ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

Sunil Chandra Nayak

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ, ଯୋଗଦେଲେ ମାନ୍ୟବର ସାଂସଦ ଓ ଜିଲ୍ଲାପାଳ 

Sunil Chandra Nayak

ଭ୍ରମର ବାଗ ଙ୍କ କବିତା ହେ କଳା ଠାକୁର 

Leave a Comment

error: Content is protected !!