ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ରମ୍ୟରୂପ 

ଆକାଂକ୍ଷାର ରମ୍ୟରୂପ 

    ବେଣୁଧର ସୂତାର

ଦିବସ ଦୀପ୍ତ ଦର୍ପଣେ
ତମସା ତୀର୍ଥ ତର୍ପଣେ
ଭାବମୟ ଅନ୍ତଃସ୍ୱର ନେଇ
ହୃଦୟର ଅନୁକୋଣେ
ଅମାପ ଆତୁର ପଣେ
ଅସୁମାରୀ ଆଶା ଯାଏ ଛୁଇଁ ।।
ଏମନ ସପନେ ସିନା
ମଧୁର ଭାବ ମୂର୍ଛନା
ଜୀବନର ଅବସୋସ ହରେ
ଆତ୍ମ ଅଭିମାନ ତେଜି
କର୍ମର ତପସ୍ଵୀ ସାଜି
କାମନାର ବିତୁଷ୍ଣା ବିକାରେ ।।
ଏଧରାରେ ଜନ୍ମ ନେଇ
ଅନାବିଳ ଆଶା ବହି
ଅମୃତର ଅଭିଳାଷ ଘେନି
ହୃଦ ପରିସୀମା ଡେଇଁ
ମାନବତା ଉଠେ ଚେଇଁ
ଲୋଡେ ମୁକ୍ତି ତୀର୍ଥ ସଞ୍ଜୀବନୀ ।।
ବିଶ୍ବ କଲ୍ୟାଣ ର ଅର୍ଥେ
ଜୀବନ ଚର୍ଯ୍ୟାର ପଥେ
ସତ୍ୟ ଶିବ ସୁନ୍ଦର ଅର୍ଚ୍ଚନା
ଦେହାତୀତ ପୁଲକତା
ଉଲ୍ଲସିତ ମାଦକତା
ମନେ ଭରେ ପବିତ୍ର ଭାବନା ।।
ଭକ୍ତି ମୟ ଭାବନାରେ
ଆଶାୟୀ ଆୟୁଷ ଧାରେ
ଭାବାବେଗ ହୁଏ ଧାବମାନ
କରୁଣାର ରେଣୁକଣା
ଶ୍ରେଷ୍ଠ ସମ୍ପଦରେ ଗଣା
ଶାଶ୍ୱତ ପ୍ରେମରେ ମଗ୍ନଚିତ୍ତ ।।
ବିଶ୍ଵ ମଧୁମୟ ଭାବ
ମହନୀୟ ଅନୁଭବ 
ଜୀବନ ଯଜ୍ଞରେ ଭରେ ସୌରଭ
ମନ କାମନାର ପୂର୍ତ୍ତି
ଦୁଲ୍ଲଭ ମୋହନ ମୁର୍ତ୍ତି
ସର୍ବମୋକ୍ଷ ଵିତ୍ତ ଓ ବିଭବ ।।
ଆକାଂକ୍ଷିତ ପ୍ରାଣେ ଆଶା
ଭାବର ମଞ୍ଜୁଳ ଭାଷା
ଗାଏ ପୁଣ୍ୟ ଆବାହନୀ ଗୀତ
ଲଳିତ ଚିନ୍ମୟ ଛବି
ହୃଦେ ସଦା ଅନୁଭବି
ପ୍ରାଣଲୋଡେ ପାବନ ଅମୃତ ।।

କେଶଦୁରାପାଳ କେନ୍ଦୁଝର

Related posts

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଦୁର୍ଘଟଣା ରେ ଶିକ୍ଷକଙ୍କ ପରଲୋକ

Sunil Chandra Nayak

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

Leave a Comment

error: Content is protected !!