ମୁଁ ପ୍ରେମିକା
ଆଦରମଣି ପ୍ରଧାନ,(ଗୋଲାପୀ)
ହୃଦୟେଶ୍ୱର ସଖା,
ମୁଁ ତୁମକୁ ସଖା ଡାକୁଛି ବୋଲି ବିସ୍ମିତ ହେବନି ।ଏକ କରୁଣ ସଙ୍ଗୀତର ମଧୁର ମୂର୍ଚ୍ଛନା ପରି ତମେ ତ ମୋ ହୃଦୟରେ ଅନୁରଣିତ ହେଉଛ ଅହରହ,,ପ୍ରଗାଢ ପ୍ରେମାନୁଭବର ତରଙ୍ଗଟିଏ ସମଗ୍ର ସତ୍ତାକୁ ବ୍ୟାପିଯାଇ କିପରି ଶିହରିତ କରାଏ ,ତାର ଉପଲବ୍ଧି ତୁମର ନିଶ୍ଚୟ ଥିବ ସଖା,,,,।
ଜୀଵନ କି ବିଚିତ୍ର ! ଜୀବନ ଠୁଁ ଅଧିକ ରହସ୍ୟମୟ ଏ ଜଗତରେ ଆଉ କଣ ଅଛି କହିଲ,,,,
ସେଇଟା ହେଉଛି ପ୍ରେମ,,,,
ଏତେ ବଡ଼ ବିଶାଳ ପୃଥିବୀ ଭିତରେ ଦୁଇଟି ପ୍ରାଣ କିପରି ଟାଣି ହୋଇ ଯାଆନ୍ତି, ନାହିଁ ନଥିବା ଆକର୍ଷଣରେ,ତାର ହିସାବ ହୁଏତ କାହା ପାଖରେ ନ ଥିବ, ନିରବଧି କାଳ ଭିତରେ ଏ ମିଳନର ପ୍ରସ୍ତୁତି ପର୍ବ କିଏ ତିଆରି କରି ରଖିଥାଏ କେଜାଣି ! ଯୋଜନ ଯୋଜନ ମାଇଲ ଦୂରରେ ଥାଇବି ଆତ୍ମାର ନିବିଡ଼ ସାନ୍ନିଧ୍ୟ ଅନୁଭବ କରିହୁଏ,ଏ କଥା ଅନୁଭବୀ ଛଡା ଆଉ କିଏ ବୁଝିବ, ???
ଏଇ ଦେଖତ,,,,,! ମୁଁ କେମିତି ତୁମକୁ ଅତି ଅନ୍ତରଙ୍ଗ ଭାବରେ ଛୁଇଁ ପାରୁଛି,,,ମମତାରେ ତୁମକୁ ଆଉଁସି ଦେଇ ପାରୁଛି,,,ତୁମ ହାତ ମୋ ହାତ ଭିତରେ ଏବେବି ଏକ କମ୍ପନ ସୃଷ୍ଟି କରୁଛି,,,ତୁମେ ହୁଏତ ଏ କଥା ବିଶ୍ୱାସ କରି ନ ପାର, ସେଦିନର ସେଇ ଅନୁଭଵରେ ମୁଁ ଏବେ ବି ବୁଡି ଯାଏ,ଆଉ ଏବେବି ମନେ ଅଛି ,ତୁମେ ଦିନେ ହସି ହସି କହିଥିଲ ,,,ଦେଖତ କି ସୁନ୍ଦର ଜହ୍ନ ରାତି ,ଚାଲ ବାହାରେ ଟିକେ ବୁଲି ଆସିବା,,,,। ଟିକେ ଅଟକି ଯାଇ ତୁମେ ପୁଣି କହିଥିଲ , ସବୁ ପୂର୍ଣ୍ଣମୀର ଜ୍ୟୋସ୍ନା କଣ ସମାନ ସନୁଭଵ ଆଣି ଦିଏ,,,,ନା,,,, ଆଦୌ ନୁହଁ ।ପ୍ରତ୍ୟକଟିର ଅନୁଭବ ଅନନ୍ୟ , ସ୍ୱତନ୍ତ୍ର,ଏ ବିଷୟରେ କେବେ କିଛି ଚିନ୍ତା କରିଛ,,,,! ତୁମେ କିଛି କହୁନ ଯେ ।,ତୁମ ହାତର ଚାପ ମୋ ସମ୍ବିତ ଫେରାଇ ଆଣିଲା,,,
ଉଡ଼ନ୍ତା ପ୍ରଜାପତି ପରି ତୁମ ମନର ଗତି କେତେ କ୍ଷିପ୍ର ଥିଲା,ତାହା ମୁଁ କଳନା କରି ପାରୁ ନଥିଲି, ସବୁଜ ଘାସର ବିସ୍ତିର୍ଣ୍ଣ ପ୍ରାନ୍ତର ଉପରେ ଶୀତଳ ଜ୍ୟୋସ୍ନା ଲହଡା ଭାଙ୍ଗୁଥିଲା ।ଦୂର ଚକ୍ରବାଳରେ କେଉଁ ଅଚିହ୍ନା ଗାଁ ର ଛାୟା ଛବି ଚନ୍ଦ୍ର କିରଣରେ ମାୟାମୟ ମନେ ହେଉଥିଲା ।ଆମେ ଦୁହେଁ ବେଶ ଚୁପ୍ ଚାପ୍ ହୋଇ ପାଖାପାଖି ବସିଥିଲେ ।
ସେଇଭଳି ସ୍ଵଛ ଜହ୍ନ ରାତି ମୁଁ ଆଗରୁ କେବେ ଯେମିତି ଦେଖି ନ ଥିଲି ।କେଉଁ ଅଜଣା ଜାଗାରୁ ଭାସି ଆସୁଥିଲା ମଧୁ ମାଳତୀର ଭୁରୁ ଭୁରୁ ବାସ୍ନା,, । ନାମହୀନ ପକ୍ଷୀଟିଏ ରହି ରହି ରାବି ଉଠୁଥିଲା ରାତିର ନିସ୍ତବ୍ଧତାକୁ ମୁଖରିତ କରି ।ଆକାଶର ତାରା ମାନଙ୍କର ମିଟି ମିଟି ଚାହାଣି ,ଜହ୍ନ ସହ ବଉଦ ମାନଙ୍କର ଲୁଚକାଳି ଖେଳ,,,,,ଆଉ ସବୁ ପରେ ତମେ ମୋ ହାତ ପାପୁଲିରେ ଅଜାଡି ଦେଇଥିଲ ସାରା ଦୁନିଆର ସବୁ ସୁଖ,,,,ସେଇ ସୁଖକୁ ସାଉଁଟି ଆଜି ମୁଁ ଦୁନିଆର ସବୁଠୁ ଭାଗ୍ୟବତୀ ପ୍ରେମିକା, ଏତେ ପ୍ରେମ,ଏତେ ଭଲ ପାଇବା,ଏତେ ଆକର୍ଷଣ, ଏତେ ମିଠା ଅନୁଭବ, ଏତେ ନିଜରପଣ,ସତରେ ପ୍ରିୟ ସଖା,,, ତୁମକୁ ମୁଁ ପ୍ରେମିକ ଭାବରେ ପାଇ ମୁଁ ଆଜି ଖୁଵ ଖୁସି,ଇଶ୍ଵରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛି,ଯେ ସେ ମୋତେ ତୁମ ଭଳି ପ୍ରେମିକ ଟିଏ ଦେଇଛନ୍ତି,,,,
ତୁମ ସହ ମୋର ପ୍ରଥମ ସାକ୍ଷାତ ତୁମର ମନେ ଅଛି,,,,?ଆମ ଦୁହିଁଙ୍କର ସଂଯୋଗ ଯେତିକି ଆକସ୍ମିକ ସେତିକି ଅଭାବିତ । ମୋ ଦେହରେ ସେଦିନ ଖଇଫୁଟା ଜ୍ଵର ,ତା ସତ୍ୱେ ବି ମୁଁ ନାହିଁ କରିପାରି ନ ଥିଲି,କେଉଁ ମିଠା ଆକର୍ଷଣରେ ମୁଁ ଟାଣି ହୋଇ ଯାଇଥିଲି,ତୁମକୁ ଟିକେ ଭେଟିବା ପାଇଁ,,,ବୋଧ ହୁଏ ତୁମ ସହ ସେଦିନ ସାକ୍ଷାତ ଥିଲା ବିଧାତାର ଏକ ଅଲିଖିତ ଇଙ୍ଗିତ,,,। ଆଜି ସେଇ ମୁହୂର୍ତ୍ତକୁ ସ୍ମରଣ ଆଣିଲା ବେଳକୁ ମନେ ହେଉଛି ସତେ ଯେମିତି ପ୍ରେମିକା କାକୁସ୍ତ ହୋଇ ଯୋଡ଼ ହସ୍ତରେ ତୁମ ପାଖରେ ତାର ପ୍ରେମ ଭିକ୍ଷା କରୁଥିଲା,ସତେ ଅବା ଜୀବନ ପ୍ରତି ,ପ୍ରେମ ପ୍ରତି ବିଶ୍ୱାସନିୟତାର ମନ୍ତ୍ର ପାଠ ଥିଲା ସେଇଟି,ମୁଁ ସେଇଠି ନିରଵଛିନ୍ନ ପରି ବସି ରହି ତୁମକୁ ଅନୁଭବ କରୁଥିଲି,,,,,,।
ଜାଣିଛ ସଖା,ତୁମ ଅନୁପସ୍ଥିତରେ ମୋ ଅଜାଣତରେ ବୈଶାଖୀର ତତଲା ଲୁହ ସବୁ ଭିଜାଇ ଦିଅନ୍ତି ମୋ ଦେହର ବସ୍ତ୍ରକୁ,,,ଠପ୍ ଠପ୍ ଝରି ପଡୁଥିବା ସେ ଲୁହ କଣ ଭିଜାଇ ଦେଇ ପାରିବ ଏ ଶୁଷ୍କ ପୃଥିବୀର ପଣତକୁ ,,,!ଏକ ନିଶ୍ଚିତ ସତ୍ୟକୁ ଗ୍ରହଣ କରିନେବା କଣ ଏତେ ସହଜ ,,,!! ତୁମ ଠୁ ଦୁରେଇ ରହିବାର ଦୁଃଖକୁ ମୁଁ କେମିତି ଗ୍ରହଣ କରିପାରିଥାନ୍ତି,, ତୁମଠୁ ଦୁରେଇ ରହିବାର ନିରବ ଯନ୍ତ୍ରଣାକୁ ରାତି ରାତି ତକିଆ ଭିଜାଇ ସହି ଯିବାକୁ ହୁଏ,,,,ତଥାପି ବହୁତ କଷ୍ଟ ହୁଏ,,,ସେଇ ଲୁହ ମୋର ତୁମ ପାଇଁ ଦୀପ ହୋଇ କେବେ ଜଳେ ତ କେବେ ପ୍ରେମର ଧୂପ ହୋଇ କୁହୁଳୁଥାଏ,,,ମୋ ହୃଦୟ ମନ୍ଦିରେ,,,।
ତମର ମନେ ଅଛି ସଖା ,ଆଗକୁ କୁମାର ପୂର୍ଣ୍ଣମୀ ଥାଏ,ସୁନ୍ଦର ତୋଫା ଜହ୍ନ ବି ସେଦିନ ଆମକୁ ଦେଖି ହସୁଥାଏ,,,ଆଉ ତମେ ମୋତେ କହିଥିଲ ,,,ଶୁଣ ସଖୀ ,ପ୍ରେମ ଗୋଟେ ଚେତନା,ଗୋଟିଏ ଭାବବିନ୍ଦୁ,ସମଗ୍ର ବିଶ୍ବକୁ ବିସ୍ତାରିତ କରି ନେଇ ଯିବାର ଏକ ଇଙ୍ଗିତ,ଆହୁରି କହିଥିଲ ଯେ, ତମ ପ୍ରେମର ଉଚ୍ଚତାକୁ ସ୍ପର୍ଶ କଲା ଭଳି ପ୍ରେମିକ ହୁଏତ ଏଇ ସୃଷ୍ଟିରେ ଜନ୍ମ ନେଇ ନଥିବେ ।,ଠିକ୍ କି ଭୁଲ ବିଚାର କରିବା ପାଇଁ ତମେ ମୋତେ ପଚାରିଥିଲ,ମୁଁ କହିଥିଲି ମୋ ଭିତରେ ଯଦି ପ୍ରେମ ଅଛି ,ଯିଏ ସେଇ ଅଥଳ ହୃଦୟର ଗଭୀରତା ମାପିବାକୁ ଯାଇ ମୋ ପ୍ରେମର ଫରୁଆକୁ ସ୍ପର୍ଶ କରି ପାରିବ ସେ ନିଶ୍ଚିତ ପାଇବ,ସେଦିନ ମୁଁ ନିଜେ ସେ ପ୍ରେମରେ ରୂପାନ୍ତରିତ ହୋଇଯିବାକୁ ସାଧନା କରୁଛି,ଯେଉଁ ପ୍ରେମ ଅକ୍ଷୟ ,ଅବିନାଶୀ,ଶାଶ୍ୱତ ,ଚିରନ୍ତନ ,ଯାହା ସମସ୍ତ ଲୋକାଚାରର ବହୁ ଉର୍ଦ୍ଧରେ ,ତମେ ତାରିଫ କରିଥିଲ ସେଦିନ ମୋ କଥାକୁ,ଆଉ କହିଥିଲ ସଖୀ ତୁମର ଏଇ ଅଭିନବ ଚିନ୍ତାଧାରା ମୋତେ କେମିତି ଆଚମ୍ବିତ କରିଥିଲା,ମୁଁ ବୁଝି ପାରୁ ନ ଥିଲି,ପ୍ରେମିକ ପୁରୁଷଟିକୁ ଯୋଜନ ଯୋଜନ ଦୂରରେ ରଖି ତୁମେ ସମ୍ପୂର୍ଣ ଭାବରେ ନିଜେ ପ୍ରେମର ମୃଣ୍ମୟୀ ପ୍ରତିମାରେ ରୂପାନ୍ତରିତ ହୋଇଯିବାର ପରିକଳ୍ପନା କରି ପାରିଥିଲ କେମିତି ?କେମିତି ସମ୍ଭବ ?? ହଁ ସଖା ,ତୁମ ଭିତରର ଅଫୁରନ୍ତ ପ୍ରାଣ ପ୍ରାଚୁର୍ୟ୍ଯ ବିଭୀଷିକା ମୟ ସହସ୍ର ଭଲ ପାଇବାକୁ ଦୂରତ୍ୱର ଲକ୍ଷଣ ରେଖା ଅଟହାସ୍ୟ କରୁଥିଲା, ଯେମିତି କେଉଁ ଦୁରନ୍ତ ଅଭିମାନର ତୁମେ ନିଜେ ନିଜ ପାଇଁ ପ୍ରତିଶୋଧ ନେଉଥିଲ ମୋ ପ୍ରେମ ଠୁଁ ଦୁରେଇ ଯାଇ,ତାହା ମୋତେ ଅଛପା ନ ଥିଲା,ସଖା ମୁଁ ଜାଣେ, ତମେ ସାରା ଦୁନିଆ ଠୁଁ ଲୁଚେଇ ରଖିଥିଲ ଗୋଟିଏ ସତ୍ୟ କୁ,ଯାହା ଆଜି ତମେ ଭୁଲି ପରି ନାହଁ , ,,,,,????
ଜାଣିଛ,,,,ତୁମର ମନେ ଅଛି ସେ ଦିନ ମୁଁ କହିଥିଲି,ଆଉ ଆଜିବି କହୁଛି
ପ୍ରତି ଜନ୍ମ ,ପ୍ରତି ମୁହୂର୍ତ୍ତରେ ମୁଁ ତୁମ ପ୍ରେମିକା, ତମ ପ୍ରେମିକା ହେବାରେ ଯେଉଁ ମିଠା ଅନୁଭୂତି ,ଯେଉଁ ମିଠା ଅନୁଭବ, ତାହା ମୁଁ ତୁମକୁ ଭାଷାରେ କହିପାରିବିନି,ମୋ ସ୍ମୃତିର ନୀଳ ଯନ୍ତ୍ରଣାରେ ମୁଁ ଏବେବି ଖୋଜୁଛି ତୁମକୁ,ମୋ ଶାଶ୍ୱତ ଭଲ ପାଇବାରେ ମୁଁ ଏବେବି ଦେଖୁଛି ତୁମକୁ,ମୋ ମନର ନିବୃତ୍ତ ଇଲେଜରେ ,ନିଷିଧ୍ୟ ଇଲାକାରେ ମୁଁ ଏବେବି ଆଙ୍କୁଛି ତୁମକୁ,,,ତୁମେ ମୋ ପାଇଁ ଏକ ମଧୁର ଯନ୍ତ୍ରଣା,,, ଏକ ମଧୁ ଶିକ୍ତ ବେଦନା ,,,ତୁମ ଜୀବନରେ ମୁଁ ,ମୋ ଜୀବନରେ ତୁମେ ଏକ ନିରବଚ୍ଛିନ୍ନ ପ୍ରେମର ମିଠା ପରିଭାଷା,,,। ନା ମୁଁ କେବେ ତମକୁ ଅଭିଯୋଗ ବାଢିଛି,,,ନା ତମେ ମୋତେ କେବେ ଭୁଲ ବୁଝିଛ,,,ସବୁ କିଛି ପରେ ଆମେ ଦୁହେଁ ସମୟ ସହ ହାତ ଧରା ଧରି ହୋଇ ଜୀବନର ସେଇ କଙ୍କର ରାସ୍ତାରେ ସମାନ୍ତରାଳ ଭାବରେ ଖୁଵ ଖୁସିରେ ଛାଲିଛନ୍ତି,,,।ଅହରହ ତୁମ ପାଇଁ ମୋ ଓଠରୁ ଝରୁଥିବା ମନ୍ଦ ହାସ୍ୟରେ ବାନ୍ଧିରଖି ପାରିଛି ତୁମର ପ୍ରୀତି ପ୍ରଣୟିନୀ ସାଜି,,,। ଆଉ ଆଜି ବି ଏଇ ଜୀବନର ଅପରାହ୍ନରେ ଏମିତି ଏକା ସାଙ୍ଗରେ ବଞ୍ଚିବା, ଛୋଟ ଛୋଟ ଖୁସିକୁ ନିଜ ଭିତରେ ବାଣ୍ଟି ବାଣ୍ଟି,,,ତୁମେ ମୋ ପ୍ରେମିକ ଆଉ ମୁଁ ତୁମ ସେଇ ଗେହ୍ଲେଇ ପ୍ରେମିକା ହୋଇ,,,ଫୁଲେଇ ପ୍ରିୟା ହୋଇ ,,,ଅବା ତୁମ ପ୍ରଗଳ୍ଭା ନାୟିକା ହୋଇ,,,ପ୍ରତି ଜନ୍ମରେ ଜନ୍ମ ନେବି ମୁଁ ତୁମ ପ୍ରେମିକା ହୋଇ,,,,,,।