ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

ଓଃ କି ଭକ୍ତି !!

 

ଅପର୍ତ୍ତି ସେଠୀ

      (ରମ୍ୟ ରଚନା)

ଭଳିକି ଭଳି ବେଲୁନ ସଜ୍ଜା

       କାଗଜ ଫୁଲ ଶୋହେ,

ହ‌ଇଓ ଆଜି ଘରେ ରହିବ

       ଘରଣୀ ମୋର କହେ।

ଘଟଣା କ’ଣ ବୁଝି ହେଉନି

       କାମଟି କ’ଣ କୁହ,

ମ୍ଯାରେଜ‌ ଆନିଭର୍ସାରୀ‌ ଆମ

      କେମିତି ଭୁଲି ଯାଅ?

ପିଲାଏ ଆଜି ଆମ ଦୁହିଁଙ୍କୁ

      ଏକାଠି ବସେଇବେ,

କେଏକ‌ କାଟି ମହମ ବତୀ

       ଫୁଙ୍କି‌ ଲିଭେଇ ଦେବେ।

ବେଲୁନ ଗୁଡା ଫୁଟାଇ ଦେବେ

        ଫୁଟିବ ଢୋ ଢା‌,

ହାପିମ୍ୟାରେଜ‌ ଆନିଭର୍ସାରୀ‌କହି

        ହସିବେ‌ ହା଼ଃ ହାଃ‌।

ଏଗୁଡା ଶୁଣି ମୁଣ୍ଡ ମୋହର

       ଯେଣୁ ବିଗିଡିଗଲା‌,

ଭୁଉଡୁଟାଏ‌ ପକେଇଦେଲି‌

        ଘରଣୀଠିଆ ହେଲା।

ଧ‌ଇଲା ଝାଡ଼ୁ କମ୍ପେଇଦେଲା‌

        ପାଟିଟା ମେଲା କରି,

ଭଲ ଦଶାଟି ଅଛିବା ଯଦି

         ବସିବ ଚୁଉପ୍‌ କରି।

ଡରି ମୁଁ ଗଲି ଚୁଉପୁ‌ ହେଲି

         ପିଲାଏ ଆସିଗଲେ,

କଳା କୋଅଟ‌ ମୋତେପିନ୍ଧେଇ

         ପଗଡି ଲଗେଇଲେ।

ସ୍ତ୍ରୀକୁ ମୋର ଲାଙ୍ଘା ପିନ୍ଧେଇ

        ମୋ ପାଖେ ବସେଇଲେ,

ବେକରେ ଆମ ଜରିଫୁଲର

        ହାର ଗଳେଇ ଦେଲେ।

କେଏକ‌ କଟା ବେଲୁନୁ ଫୁଟା

       ବତୀ ବି ଲିଭେଇଲେ,

ହାତ ହଲେଇ ମମି ପପ୍ କହି

       ହାଏହାଏ ବି କଲେ।

ମିଉଜିକିର ଭେଙ୍ଗଡା‌ ଗୀତେ

        ଶବଦ କମ୍ପିଗଲା,

ପିଲାମାନଙ୍କ ସହିତ ମୋର

         ଘରଣୀ ନୃତ୍ୟ କଲା।

ଇଂରାଜୀରେ କହିଲେ ହାପି‌

        ମେରେଜ‌ ଆନିଭର୍ସାରୀ,

ଜୀବନ କାଳେ ଦେଖି ନ ଥିଲି

         ଭକତି‌ ଏହି ଭଳି।

ଗିଫ୍ଟ ଦେଲେ ଗୋଲାପ ଫୁଲ

         କର୍କ ପାନ ପତର,

ପାନ ପତର ମଝିରେ ପୁଣି

         ଲାଗି ରହିଛି‌ ତୀର।

ଫେସବୁକରେ ଛାଡ଼ିଲେ ଆମ

        ବୁଢାବୁଢିଙ୍କ ଫଟୋ,

ଏଗୁଡା ଦେଖି ଦାନ୍ତ ମୋହର

        ହେଲା ଯେ କଟମଟ‌।

ଭଗବାନଙ୍କୁ ଡାକୁଛି କିଏ

        ଦୀପ ସଳିତା‌ ଜାଳି,

ଏଠାରେ ଦୀପ ଲିଭା ଯାଉଛି

        କେଏକ‌ କାଟି କରି।

ଦୀପ ଜଳେଇ ଆୟୂଷ ପାଇଁ

        ଈଶ୍ୱର ପୂଜା ହୁଏ,

ମହମବତୀ ଦେଇ ଲିଭେଇ 

        ମାରିବା ପ୍ଲାନ୍ ଇଏ?

ପ୍ରକୃତ ଫୁଲ ନାହିଁ ଦିଓଟି‌

         ନାହିଁ ତ ପିଠାପଣା,

ବେଲୁନ ଫୁଟା ଅଇଁଠା ବଣ୍ଟା

         ପୂଜାରେ ଏକି ଗଣା?

କହନ୍ତି ଆମ‌ ଜନମ‌ ଦିନେ

         ଏଭଳି ପୁଣି ହେବ,

ଡେକୋରେସନ କରି ନାଚିବେ

         ଇଜ୍ଜତ ମୋର ଯିବ।

ଆମବେଳରେ ନ ଥିଲା ଏହା

         ଥିଲା ତ ପୂଜାପାଠ,

ମନରେ ଭକ୍ତି ଆମର ଥିଲା

         ନ ଥିଲା ଏତେ ନାଟ ।

ଧନ୍ୟ ହେ ସାବି ତୁମର ଆଜି

         ଦେଖି ଏ ପୂଜାନୀତି,

ଧନ୍ୟ ହେଲା ଏ ମୂର୍ଖ ଅପର୍ତ୍ତି

         ଫାଟି ଯାଏ ତା’ଛାତି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମମୟ ପ୍ରାଣ

Sunil Chandra Nayak

ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

Leave a Comment

error: Content is protected !!