ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ କବିତା ଚତୁର୍ଥ ସ୍ତମ୍ଭ

       ଚତୁର୍ଥ ସ୍ତମ୍ଭ

           ନିରୁପମା ପାଣି 

ଚତୁର୍ଥ ସ୍ତମ୍ଭ ଯେ ଖମ୍ବ ପାଲଟିଲେ
     ପାଟିରେ ପକେଇପଟି
କଳା କାରବାର ଦୁନିଆ ନଜାଣୁ
     ଇସ୍କୁଲ୍ ଭିତର କିର୍ତ୍ତୀ ।।
ଦମ୍ଭ ହଲିଗଲା ବଡ ବଡିଆଙ୍କ
      ଭୟରେ ବାଟ କାଢିଲେ
ସାମ୍ବାଦିକ ଆଉ ସତ ନଦେଖିବେ
       ଇସ୍କୁଲୁ ବାହାରେ ଥିଲେ ।।
ପଚାଅଣ୍ଡା ଯାକ ପୋକା ଡାଲି ସହ
       ଗମୁଆ ଚାଉଳ ଭାତ
ଖାଇ ଆମ ପିଲା ବଢିବେ ପଢିବେ
     ଧନ୍ୟ ସେ ଦାତାଙ୍କ ହାତ ।।
ହ୍ୟାଣ୍ଡୱାସ୍ ଡବା ଖାଲି ପଡିଥିବ
      ଡବା ଥିବ ପତିଆରା
ପିଲାଙ୍କ ହାତରେ ରୋଷେଇ ହୋଇବ
      ନଦେଖିଲେ କେହି ଗଲା ।।
ଅଫିସି ଭିତରେ ମଧୁର ଆଳାପ
       ଦିଦିଙ୍କ ସହିତ ସାର୍
ପିଲା ଖେଳୁଥିବେ ଏଣେ ତେଣେ ବୁଲି
      କହିବାକୁ କାହା ଜୋର୍ ।।
ଚତୁର୍ଥ ସ୍ତମ୍ଭଙ୍କୁ ଭାରି ଡରୁଛନ୍ତି
      ବୋଧେ ଆମ ସରକାର
ସେ ଲାଗି ବାରଣ ହେଲା ସେମାନଙ୍କୁ 
     ହତା ଯେ ବିଦ୍ୟାଳୟର ।।

 

   ଚାନ୍ଦବାଲି  , ଭଦ୍ରକ

Related posts

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଲୋକଙ୍କ ସମସ୍ୟା ବୁଝିବାକୁ ଜିଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ

Sunil Chandra Nayak

ବାବୁଶାନ ଙ୍କ ଦମନ୍ ଆଣିବ ବୈପ୍ଳବିକ ଆନ୍ଦୋଳନ, ଦର୍ଶକ ଫେରିବେ, ହୁଇସିଲ୍ ବାଜିବ

Sunil Chandra Nayak

Leave a Comment

error: Content is protected !!