ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ଈର୍ଷାର ଦାଉ

ଈର୍ଷାର ଦାଉ

କୁନା ସେଠୀ

ଈର୍ଷାର ଦାଉ ବଡ଼ ଅସମ୍ଭାଳ
ନିଆଁ ପରି ଜାଳି ଦେଲା ହେ
ଆଗକୁ ବଢ଼ିବା ହେଲା ଅସୁବିଧା
ବଡ଼ କଲବଲ କଲା ହେ ।
ଭଲର ପାଖରେ ଇର୍ଷା ଠିଆ ହୋଇ
ଗୋଡ଼ ଟାଣି ଟାଣି ଗଲା ହେ
ଉନ୍ନତି ଆଗରେ ସିଏ ଠିଆ ହୋଇ
ଅବନ୍ନତି ବାଟ ଦେଲା ହେ ।
ଚିହ୍ନା ଓ ଅଚିହ୍ନା ବୁଝିବା ଆଗରୁ
ଇର୍ଷା ଯେ ଗୁଣି କଲା ହେ
ଇର୍ଷାରେ ପଡି ଛଟପଟ ହୋଇ
ଜୀବନ ଯେ ପାଣି ହେଲା ହେ ।
ଇର୍ଷା ଯେ ଦେଲା ମୃତ୍ୟୁ ର ଠିକଣା
ହିଂସାକୁ ସାଥି କଲା ହେ
ପ୍ରତିହିଂସା ତହିଁ ଜନମ କରିଲା
ଉଡାଇ ଈର୍ଷାର ବାନା ହେ ।
ମଣିଷ ମଣିଷ ଇର୍ଷାରେ ଜଳନ୍ତି
ବୁଝି ନ ପାରନ୍ତି ସିନା ହେ
ଈର୍ଷାଟା ପରା ସଭିଙ୍କୁ ଖାଉଛି
ବୁଝା ଅବୁଝାର ବିନା ହେ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶାରଦୀୟ ବାର୍ତ୍ତା

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଆତ୍ମୀୟତା,,,,,,,,

Sunil Chandra Nayak

Leave a Comment

error: Content is protected !!