ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଡାବୁଗାଁ, ୧୬/୭ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଭାଶିଷ ସାହୁ ଙ୍କ ନିର୍ଦେଶକ୍ରମେ ବିଶ୍ଵ ଜନସଙ୍ଖ୍ୟା ଦିବସ-୨୦୨୨ ପାଳିତ ହୋଇ ଯାଇଛି।ଏହି ଅବସରରେ ଗୋଷ୍ଟି କାର୍ଜ୍ୟକ୍ରମ ପରିଚାଳକ ପିତବାସ ଗାହାଣ,ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ(ଭାରପ୍ରାପ୍ତ)ମାନସ ନାରାୟଣ ସାହୁ,ଗୋଷ୍ଟି ହିସାବ ରକ୍ଷକ ଜିତେନ୍ଦ୍ର ପାତ୍ର ପ୍ରମୁଖଙ୍କ ସହଯୋଗରେ ଏକ ଅଟୋ ଗାଡି ରେ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ବିଶ୍ଵ ଜନ ସଙ୍ଖ୍ୟା ଦିବସ ଉପରେ ସଙ୍ଗିତ ବଜାଇ ଡାବୁଗାଁ ସହରର ସମସ୍ତ ଗ୍ରାମ ପରିକ୍ରମା କରି ସଚେତନ ସ୍ରୁଷ୍ଟି କରାଜାଉଛି। ତା୨୭/୬/୨୦୨୨ ରୁ ଜୁଲାଇ ୧୦ ତାରିଖ ପର୍ଜ୍ୟନ୍ତ ସଚେତନତା ପକ୍ଷ ପାଳନ କରାଜିବା ସହ ଜୁଲାଇ ତା୧୧/୭ ରୁ ତା୨୪/୭ ପର୍ଜ୍ୟନ୍ତ ବିଶ୍ଵ ଜନସଙ୍ଖ୍ୟା ଦିବସ ନେଇ ଅଟୋ ରେ ବ୍ୟାପକ ପ୍ରଚାର କରାଜିବା କାର୍ଜ୍ୟକ୍ରମ ଚାଲୁ ରହିଛି।ପରିବାର ନିୟୋଜନ ଏକ ସମାଜିକ ଦାୟିତ୍ଵ,ପରିବାର ନିୟୋଜନକୁ ଆପଣାନ୍ତୁ,ଉନ୍ନତିର ନୁତନ ଅଧ୍ୟାୟ ଲେଖନ୍ତୁ।ଦାୟିତ୍ଵ ସମ୍ପନ୍ନ ଏକା ସେହି ଦମ୍ପତି,ପରିବାର ନିୟୋଜନ ସିଏ କରନ୍ତି ଏପରି ଅନେକ ବାଣୀ ପ୍ରଚାର ମାଧ୍ୟମରେ ସଚେତନ କରାଯାଉଛି।ଏତଦ୍ ବ୍ୟତିତ ଆଜି ଠାରୁ କୋଭିଡ୍ ବୁଷ୍ଟର ଡୋଜ୍ ନେଇ ଡାକବାଜୀ ଜନ୍ତ୍ର ମାଧ୍ୟମରେ ବ୍ୟାପକ ସଚେତନ କରାଇ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜନ ସାଧାରଣ ମାନଙ୍କୁ ଆଜି ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଛି।କୋଭିଡ୍ ର ପ୍ରକୋପ ବଢୁଥିବାରୁ ଏହି ଡୋଜ୍ ନେବା ନିହାତି ଜରୁରୀ ବୋଲି ଆମ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଙ୍କ ସହ ସମସ୍ତ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ଟିକା ନେବାକୁ ଆହ୍ଵାନ କରିଛନ୍ତି। ପ୍ରଜ୍ଞା ରଞ୍ଜନ ପରିଡ଼ା, ଡାବୁଗାଁ

Related posts

ସାଇଟସେଭର୍ସ ତରଫରୁ ଦୃଷ୍ଟିବାଧିତ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିବିର

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!