ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଢି ଉପରେ ବି ସରକାରଙ୍କ ନଜର….

ମୁଢ଼ି ଉପରେ ଲାଗିବ ଜିଏସଟି…ଚୁଡ଼ା, ଖଇ ଓ ଲିଆକୁ ପ୍ୟାକିଙ୍ଗ କରି ବିକିଲେ ଦେବାକୁ ପଡ଼ିବ ଟ୍ୟାକ୍ସ…

ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ରାଜ୍ୟରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି ।

ଏପରିକି ମୟ୍ରୁ୍ରରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ନିଆଯାଇଥାଏ । କିନ୍ତୁ ଏବେ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହାଛଡା କ୍ଷୀର, ଦହି, ଗୁଡ ବି ଜିଏସଟି ଲାଗିବାକୁ ନିଷ୍ପତି ହୋଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆସିଛି ପହିଲି ରଜ

Sunil Chandra Nayak

Leave a Comment

error: Content is protected !!