ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

ଚନ୍ଦାହାଣ୍ଡି 16/7– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୃଷି କାର୍ଯ୍ୟଳୟ ର ନୂତନ ଭାବରେ ନିର୍ମାଣ କରାଯାଇଥିବା ପାଚେରୀ ଲଗାଣ ବର୍ଷା ରେ ଭୁଶୁଡି ପଡିବା ଫଳରେ ସରକାର ଙ୍କ ନୀଳରଙ୍ଗ ଲଗା ନିର୍ମାଣ କାର୍ଯ୍ୟ କୁ ନେଇ ସାଧାରଣ ରେ ଏକ ବିରାଟ ପ୍ରଶ୍ନବାଚୀ ଦେଖା ଦେଇଛି l ପାଚେରୀ ଭାଙ୍ଗିଯିବା ଫଳରେ କୃଷି କାର୍ଯ୍ୟଳୟ ଫାଙ୍ଗା ଦେଖା ଦେବା ସହ ବର୍ଷା ରେ କାର୍ଯ୍ୟଳୟ ପରିସର ପାଣି ଜମି କର୍ମଚାରୀ ଏବଂ କୃଷି ଅଫିସ କୁ ଆଶୁ ଥିବା ଚାଷୀ ମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି l ଏଦିଗରେ ଜିଲ୍ଲା ପ୍ରଶାସନ ଉଚ୍ଚ ସ୍ଥରୀୟ ତଦନ୍ତ କରି ଏହାର ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି  l ମିଳିଥିବା ସୂଚନାନୁସାରେ ଚନ୍ଦାହାଣ୍ଡି ବ୍ଲକ କୃଷି କାର୍ଯ୍ୟଳୟ ର ପାଚେରୀ ନିର୍ମାଣ ସକାଶେ ଚଳିତ 2021/22 ଆର୍ଥିକ ବର୍ଷ ରେ କୃଷି ବିଭାଗ ଦ୍ୱାରା 5 ଲକ୍ଷ ଟଙ୍କା ମଞ୍ଜୁର ହୋଇ ଥିଲା l ଏହାର ନିର୍ମାଣ ପାଇଁ ଉମରକୋଟ ର ଅଜିତ ସ୍ୱାଇଁ ନାମକ ଜଣେ ଠିକାଦାର କୁ ବିଭାଗ ତରଫରୁ ଠିକା ଦିଆ ଯାଇ ଥିଲା l ଉକ୍ତ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନ ମାନ ର କାର୍ଯ୍ୟ କରିବା ସହ ଗୋଟିଏ ପଟେ ନୂତନ ପାଚେରୀ କାନ୍ଥ ନିର୍ମାଣ କରି ଥିବା ବେଳେ ଆଉ ଗୋଟିଏ ପଟ ରେ ପୂର୍ବରୁ ନିର୍ମାଣ ହୋଇ ଥିବା ପୁରୁଣା ପାଚେରୀ ଉପରେ କେବଳ ଗୋଟିଏ ଫୁଟ ଯୋଡି କରି ନୀଳ ରଙ୍ଗ ଲଗାଇ ପାଚେରୀ ନିର୍ମାଣ କାର୍ଯ୍ୟ ସାରି ଦେଇ, ବିଭାଗୀୟ ଯନ୍ତ୍ରୀ ଙ୍କ ସହ ସାଲାସୁତୁରା ହୋଇ କାମ ସାରି ଦେଇଥିଲେ l ବର୍ତ୍ତମାନ ଚନ୍ଦାହାଣ୍ଡି ବ୍ଲକ ରେ ଚାରି ଦିନ ଲଗାଣ ବର୍ଷା ହେବାରୁ ପୁରୁଣା ରଙ୍ଗ ଦିଆ ପାଚେରୀ ଭୁଶୁଡି ପଡିଲା ଯାହା ଫଳ ରେ କୃଷି କାର୍ଯ୍ୟଳୟ ଫାଙ୍କା ଦେଖା ଦେବା ସହ କାର୍ଯ୍ୟଳୟ ପରିଷର ପାଣି ଜମିବାରେ ଲାଗିଛି l ଏ ସମର୍କ ରେ ଚନ୍ଦାହାଣ୍ଡି ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ଙ୍କୁ ପଚାରି ବାରୁ ପାଚେରୀ ଭାଙ୍ଗିବା ଫଳରେ କୃଷି କାର୍ଯ୍ୟାଳୟ ଫାଙ୍କା ଦେଖା ଯିବା ସହ ଅବାଧ ଭାବରେ ଗୋରୁ ଗାଇ ପଶିବାର ସମ୍ବାବନା ରହିଛି l ଏହାର ଯଥା ଶୀଘ୍ର ନିର୍ମାଣ କରିବାର ଆବଶ୍ୟକ ରହିଛି ବୋଲି ସେ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ସହକାରୀ କୃଷି ଯନ୍ତ୍ରୀ ଜଗଦୀଶ ଗାଦବା ଙ୍କୁ ପଚାରି ବାରୁ ପୁରୁଣା ପାଚେରୀ ରେ ଦେଢ଼ ଫୁଟ ଯୋଡ଼େଇ କରି ନୀଳ ରଙ୍ଗ ମରାଯାଇ ଥିବା ପ୍ରକାଶ କରିଛନ୍ତି l ଖୁବ ଶୀଘ୍ର ନୂତନ ଭାବରେ ପାଚେରୀ ନିର୍ମାଣ ପାଇଁ ପଦ କ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି l ଏଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା ନୀଳ ରଙ୍ଗ ଲଗା ପାଚେରୀ ଉପରେ ସାଧାରଣ ରେ ସନ୍ଦେହ ପ୍ରକାଶ ପାଇଛି l ଏହାର ଏକ ଊଚ୍ଚ ସ୍ଥରୀୟ ତଦନ୍ତ କରି ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାଵୀ କରାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଏବିଭିପିର ଜୁନାଗଡ଼ ଓ ଧର୍ମଗଡ଼ ନଗର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

Sunil Chandra Nayak

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

Leave a Comment

error: Content is protected !!