ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସୁଧୈବ କୁଟୁମ୍ବକମ୍ ର ପରିବେଶ ସୁରକ୍ଷା ଆଲୋଚନା

ରାଉରକେଲା/ ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ପବିତ୍ର ଗୁରୁପୂର୍ଣିମା ଅବସରରେ ବନମହୋତ୍ସବ ଓ ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ ଙ୍କ ସଭପତିତ୍ବରେ ଏହି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଜଳବାୟୁର ତାରତମ୍ୟତା, ଋତୁଚକ୍ରର ପରିବର୍ତ୍ତନ ଓ ଅସନ୍ତୁଳନ ତାପମାତ୍ରାର ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷର ଅତ୍ୟନ୍ତ ଉପାଦେୟତା ଥିବା ବେଳେ ଅଧିକରୁ ଅଧିକ ଚାରାରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗୁରୁପୂର୍ଣିମା ର ଆଦ୍ୟ ପ୍ରବର୍ତ୍ତକ ମହର୍ଷି ବ୍ୟାସଦେବଙ୍କ ଜୀବନୀ ଉପରେ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ। ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାର ଏକାନ୍ତ ଆବଶ୍ୟକତା ରହିଛି। ଅତିଥି ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ମଂଜୁଳା ରଥ କହିଲେ ଯେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷର ଉପାଦେୟତା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଚିତ। କବି ରାଜୀବ ପାଣି, ରେବତୀ ବଲ୍ଲଭ ବେହେରା,ରାଜକୁମାର ମହାନ୍ତି ପ୍ରମୁଖ ବୃକ୍ଷର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ ସମସ୍ତେ ନିଜ ନିଜ ସ୍ତରରେ ଗଛର ସୁରକ୍ଷା ଓ ଚାରା ରୋପଣ ପାଇଁ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବୃକ୍ଷର ଉପାଦେୟତା ଓ ପରିବେଶ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ରଚନା ଓ ତର୍କ ପ୍ରତିଯୋଗିତା ହୋଇଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠାନର ସାଧାରଣ ସଂପାଦକ ଅନିଲ କୁମାର ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପସଭାପତି ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ,ସୂର୍ଯ୍ୟକାନ୍ତ ପଣ୍ଡା,ଶମ୍ବୁନାଥ ପରିଡା, ପ୍ରଭାକର ସାହୁ, ଧୀରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଦୁର୍ଗମ କୁଲାନାଳ ଗାଁରେ ଜନନୀ ଯନ୍ତ୍ରଣା

Sunil Chandra Nayak

ପଦ୍ମିନୀ ନାଏକ ଙ୍କ କବିତା ବିଶ୍ବ ମାତୃ ଦିବସ

Leave a Comment

error: Content is protected !!