ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

 ଚିଲିଗୁଡା ( ମ ନି ସ )  ରାଜ୍ୟ ସରକାର ଗ୍ରାମାଞ୍ଚଳ ଗୁଡିକରେ ପାନୀୟ ଜଳଯୋଗାଣ ପାଇଁ ବସୁଧା ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ କରି ଘରେ ଘରେ ପାଣି ଯୋଗଣ ର ବ୍ୟବସ୍ଥା କରାଯାଇଛି । ପାଣି ଯୋଗାଣ ମଧ୍ୟ ଠିକ ଭାବରେ ଚାଲିଛି । ହେଲେ ୫ ଦିନ ହେଲା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମରେ ପାଣି ଯୋଗାଣ ବନ୍ଦ ରହିଛି । ଯାହା ଫଳରେ ଲଗାଣ ବର୍ଷାରେ ଲୋକେ ଘରୁ ବାହାରି ନ ପାରୁ ଥିବା ବେଳେ ପିଇବା ପାଣି ପାଇଁ ନିକଟସ୍ଥ ନଳ କୂଅ କୁ ଯିବାକୁ ପଡୁଛି । ଶୁଣି ବାକୁ ମିଳୁଛି ବିଦ୍ୟୁତ ବିଭାଗର ବକେୟା ବିଲ ୪ ଲକ୍ଷ୍ ଟଙ୍କାରୁ ଉର୍ଦ୍ଧ୍ଵ ବକେୟା ଥିବାରୁ ସ୍ଵଜଳ ଧାରରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଏତେ ଦିନ ବିଦ୍ୟୁତ ବିଭାଗ କାହିଁକି ଚୁପ ରହିଲା ଆଉ ବର୍ଷା ଦିନରେ ଏପରି କରିବା ଠିକ ନୁହେଁ ବୋଲି ଲୋକେ କହୁଛନ୍ତି ।ଶୁଣିବାକୁ ମିଳୁଛି ଚାରବାହାଲ ର ପୂର୍ବତନ ସରପଞ୍ଚ ଙ୍କ ଦାୟିତ୍ୱ ହୀନତାଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଛି ବୋଲି ଲୋକେ ଏବେ ଅସୁବିଧାର ସମ୍ମୁଖିନ ହେଉଥିବା ବର୍ତ୍ତମାନର ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପଣ୍ଡା କହିଛନ୍ତି । ଚାରବାହାଲ ଗ୍ରାମପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବା ବେଳେ ସମସ୍ତ ଙ୍କ ସୁବିଧା ପାଇଁ ଭୂତଳ ଜଳ ସଂଗ୍ରହ ଏବଂ ଗୋଟିଏ ପାଣି ଟାଙ୍କି ଜରିଆରେ ଦିନକୁ ୨ ଥର ଜଳ ଯୋଗାଣ ବ୍ୟବସ୍ଥା ରହିଛି । ମାତ୍ର ୫ ଦିନ ହେଲା ଏବେ ଜଳ ଯୋଗାଣ ବନ୍ଦ ରହିଛି ।ଫଳରେ ଗ୍ରାମବାସୀ ହଇରାଣ ହେଉଛନ୍ତି । ତେବେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହୃତ ବିଦ୍ୟୁତ ଦେୟ ବାବଦକୁ ୪ ଲକ୍ଷ ୭୪ ହଜାର ଟଙ୍କା ପୈଠ ନ କରିବାରୁ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଛି । ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ କହିବାନୁସ।ରେ ୨୦୨୦/୨୧ ମସିହାର ବିଦ୍ୟୁତ ଦେୟ ପ୍ରଦାନ କରି ନ ଥିବାରୁ ଏହି ସମସ୍ୟା ଦେଖା ଦେଇଛି ।ବର୍ତ୍ତମାନ କିଭଳି ଏହି ସମସ୍ୟାର ସମାଧାନ କରାଯିବ ସେ ନେଇ ଆଲୋଚନା କରି ଲୋକେ କିପରି ପାଣି ପାଇବେ ସେ ବିଷୟରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(NPS)ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ପରିସର ରେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ପତାକା କୁ ଅପମାନ

Sunil Chandra Nayak

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!