ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

 ଚିଲିଗୁଡା ( ମ ନି ସ)  ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ,ପ୍ରାଥମିକ ଶିକ୍ଷକ ସଂଘ ଜୁନାଗଡ଼ ,ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ,ଦଣ୍ଡପ।ଟ ଯୁବ ସେବା ସଂଗଠନ ବେହେରା ଏବଂ ସ୍ୱାଗତ ଲାଇବ୍ରେରୀ ଜୁନାଗଡ଼ ର ମିଳିତ ଆନୁକୂଲ୍ୟରେ ଜୁନାଗଡ଼ ବ୍ଲକ ର ୪୩ ଟି ଉଚ୍ଚ ବିଦ୍ୟାଳୟର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟ ରେ ସର୍ବୋଚ୍ଚ ନମ୍ବର ରଖି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ପରିସରରେ ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଜୁନାଗଡ଼ ବି ଡ଼ି ଓ ତୁଳ।ର।ମ ମାରାଣ୍ଡି ଯୋଗଦାନ କରି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଉତ୍ତମ ବ୍ୟକ୍ତି ଭାବେ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ସମନ୍ୱିତ ଅତିଥିଭାବେ ବ୍ଲକ ସହ ଶିକ୍ଷା ଅଧିକାରୀ ଦୁର୍ବେ ମେହେର ,କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ପରିଚାଳକ ଅଶୋକ ପଟ୍ଟନାୟକ ,ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସରୋଜ କୁମାର ପଣ୍ଡା ,ସି ଆର ସି ସି ଗୋଦାବରୀଶ ,ସମାଜସେବୀ ଉଦିତ ଚରଣ ସାହୁ ପ୍ରମୁଖ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଜୀବନର ପ୍ରତିଟି ଚଲାପଥ କୁସୁମିତ ହେଉ ବୋଲି ଆଶା ବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ସୁଧୀର ବେହେରା ସଂଯୋଜନା କରିଥିବା ବେଳେ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗଠନର ଜିଲ୍ଲା ସଂଯୋଜକ ଶିକ୍ଷାବିତ ବସନ୍ତ ନ।ଏକ ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ସଞ୍ଜୟ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଯୁବ ସଂଗଠକ ପ୍ରଭାତ ଦାସ ,ଅଜୟ କୁମାର ଦାସ ପ୍ରମୁଖ ସକ୍ରିୟ ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ୪୩ ଟି ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ,ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଗଜାନନ

Sunil Chandra Nayak

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ର ସ୍ବପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭା ର ପ୍ରଥମ ରନର୍ସଅପ ଟାଇଟଲ

Sunil Chandra Nayak

Leave a Comment

error: Content is protected !!