ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଡିକାଲ ଭିତରେ ବର୍ଷା ଜଳ , ଡ୍ରେନେଜ ବ୍ୟବସ୍ଥା କରିବାକୁ ଦାବି 

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ଲଗାଣ ବର୍ଷା ଜାରୀରହିଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର କୋଷାଗୁମୁଡା ବ୍ଲକରେ ରେକର୍ଡ ସଂଖ୍ୟକ ବର୍ଷା ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମିରହୁଛି । ଏମିତି ଏକ ପ୍ରରିସ୍ଥିତି ଦେଖିବାକୁ ମିଳିଛି କୋଡ଼ିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ । ଗତ କାଲି କୋଡ଼ିଙ୍ଗା ଗ୍ରାମରେ ପ୍ରବଳ ବର୍ଷା ହେବା ଯୋଗୁଁ ମେଡ଼ିକାଲ ଭିତରେ ବର୍ଷା ଜଳ ଜମି କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କୋଡ଼ିଙ୍ଗା – ପାପଡାହାଣ୍ଡି ମୁଖ୍ୟ ରାସ୍ତା କୁ ଲାଗି କୋଡ଼ିଙ୍ଗା ମେଡିକାଲ ରହିଛି । ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଉକ୍ତ ଡ୍ରେନେଜ ଗୁଡ଼ିକ ଧୀରେ ଧୀରେ ପୋତି ହୋଇଯାଇଥିଲା । ଯଦ୍ୱାରା କି ବର୍ଷା ପାଣି ନିଷ୍କାସନ ନହୋଇ ରାସ୍ତାର ଉଭୟ ପାର୍ଶ୍ଵ ରେ ଥିବା ଦୋକାନ , ସରକାରୀ କାର୍ଯ୍ୟାଳୟ ଭିତରେ ପାଣି ଜମିରହୁଛି । ଗତ ଦୁଇ ଦିନର ଲଗାଣ ବର୍ଷାରେ କୋଡ଼ିଙ୍ଗା ମେଡ଼ିକାଲ ଭିତରେ ପାଣି ଜମିଯିବାରୁ ରୋଗୀ , ସ୍ୱାସ୍ଥ୍ୟ କର୍ମଚାରୀ ଯିବା ଆସିବା ରେ ଅସୁବିଧା ଭୋଗିଥିବା ଦେଖିବାକୁ ମିଳିଥିଲା । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନେଜ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

Sunil Chandra Nayak

Leave a Comment

error: Content is protected !!