ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ଼ଅମଡ଼ା ଗ୍ରାମରେ ଖ୍ରୀଷ୍ଟିଆନ ସମାଜ ବୈଠକ

କୋଷାଗୁମୁଡା ୧୬|୦୭ କୋଷାଗୁମୁଡ଼ା ବ୍ଲକ ବଡ଼ଅମଡ଼ା ଗ୍ରାମରେ ବ୍ଳକ ଖ୍ରୀଷ୍ଟିଆନ ସମାଜ ର ଏକ ଜରୁୀକାଳୀନ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୋଷାଧ୍ୟାକ୍ଷ ଫୁଲଚନ୍ଦ ପରଚାଳିତ କରିଥିଲେ I, ଉପ ସଭାପତି ରେଭ. କିଶୋର ଚନ୍ଦ୍ର ଚାଲକି ସମସ୍ତଙ୍କୁ କିପରି ଏକ ସ୍ୱଚ୍ଚ, ସମୃଦ୍ଧି ,ମଜବୁତ୍, ସମାଜ ଗଠନ କରିବାକୁ ହେବ ସେ ବିଷୟରେ ଆଲୋକପାତ କରିଥିଲେ l ସମାଜ ରେ ଏକତା ରେ ରହି ନିଜ ଅଞ୍ଚଳରେ ପ୍ରତିନିଧିତ୍ଵ କରିବାକୁ ହେବ l ସାଧରଣ ସମ୍ପlଦକ ରିଙ୍କୁ ଖ୍ରୀଷ୍ଟିୟାନ ସମାଜର ଇତିହାସ ବିଷୟରେ ଆଲୋଚନା କରିଥିଲେ ପଞ୍ଚାୟତ ସ୍ତରୀୟ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇ ଥିଲା l ସଭାପତି ଭାବେ ବାମନ ସୁନା, ଉପସଭାପତି ଦାୟାଦାନ ମନୋହର, ସମ୍ପାଦକ ଇଶକ ଗଣ୍ଡା, କୋଷାଧ୍ଯକ୍ଷ ଦାଉଦ କଶ୍ୟପ, ଉପଦେଷ୍ଟା ଭାବେ ମାର୍ଟିନ ,ବିଲିୟମ ସିପା ଓ ସଦସ୍ୟ ଭାବେ ଗୁରୁଦାସ,ରୂପସିଙ୍ଗ ମୋହନ ଗୁଡ଼ୁ, ପତୁଏଲ ଯୋଗେଶ, ଦିନ ଚକ୍ରିଙ୍କୁ ମନୋନିତ କରାଯାଇଛି l ଏହି କମିଟି କୁ ଖ୍ରୀଷ୍ଟିଆନ ସମାଜ ବଡ଼ଅମଡ଼ା ପଞ୍ଚାୟତ ନାମରେ ନାମିତ କରାଗଲା ।ପାଳକ ଉଲିଆମ୍ ସିଫା ଧନ୍ୟବାଦ ଅର୍ପଣ କରିଥିଲେ.l

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ଉମାକାନ୍ତ ଦାସ ଙ୍କ ଭଜନ

Sunil Chandra Nayak

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!