ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଆମ୍ବୁଲାନ୍ସ ଭିତରେ ଜନ୍ମ ଦେଲେ ଗର୍ଭବତୀ

ପାପଡାହାଣ୍ଡି,16/7, — ଶଙ୍କଟାପନ ଅବସ୍ଥାରେ ଗର୍ଭବତୀକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା 108 ଆମ୍ବୁଲାନ୍ସ | ହେଲେ ବାଟରେ ବାରମ୍ବାର ଗାଡିର ଚକ ପଞ୍ଚର ହେଲା | ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଦେଲେ ଜନ୍ମ | ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ | ଜଣେ ଗର୍ଭବତୀ ଅଞ୍ଜନା ଦାସ ଚିକିତ୍ସାରେ ବିଳମ୍ୱ କାରଣରୁ ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଜନ୍ମ କରିଛନ୍ତି | ରାଇଘର ବ୍ଲକ ପାରୁଆ ଅଂଚଳର ଅଞ୍ଜନା ଦାସଙ୍କୁ ଶନିବାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ପରେ ସେଠାରୁ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାଙ୍କୁ 108 ଆମ୍ବୁଲାନ୍ସ ନମ୍ବର OD 02 BJ 1460 ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ଆମ୍ବୁଲାନ୍ସ ବାଟରେ ଆସିବା ସମୟରେ ଅଳ୍ପ ଦୂରରେ ପ୍ରଥମେ ଟାୟାର ପଞ୍ଚର ହୋଇଥିଲା | ସେଠାରେ ଡ୍ରାଇଭର ପଞ୍ଚର ପକାଇ ବାହାରିଥିଲେ | କିନ୍ତୁ ବାଟରେ ଜଟାବାଲ ପଂଚାୟତ କାର୍ଯ୍ୟାଳୟ ନିକଟରେ ଆମ୍ବୁଲାନ୍ସ ଟାୟାର ପୁଣି ଥରେ ପଞ୍ଚର ହୋଇଥିଲା | କିନ୍ତୁ ଗ୍ରାମ ର ଟାୟାର ଦୋକାନ ବନ୍ଦ ଥିବାରୁ ପଞ୍ଚର ପକାଇବା ସମ୍ବବ ପର ହୋଇନଥିଲା | ଶେଷରେ ଅଞ୍ଜନା ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଆମ୍ବୁଲାନ୍ସ ଭିତରେ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ | ତାଙ୍କ ସହିତ ପରିବାର ଲୋକ ଏବଂ ଆଶା କର୍ମୀ ଉପସ୍ଥିତ ଥିଲେ | ଜଟାବାଲର ସ୍ଥାନୀୟ ଲୋକ ସହାୟତାର ହାତ ବଢ଼ାଇ ଥିଲେ | ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଅଞ୍ଜନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ବହୁତ ଖରାପ ଆମ୍ବୁଲାନ୍ସ ଗୁଡିକୁ ମରାମତି କରାଯାଉନଥିବା ବେଳେ ମାଗଣା ସେବା ନା ରେ  ରୋଗି ହନ୍ତସନ୍ତ ହେବା ଦେଖାଦେଇଛି, ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି |

ସ୍ୱପ୍ନଜିତ ପଟନାୟକ, ପାପଡାହାଣ୍ଡି ଙ୍କ ରିପୋର୍ଟ 

Related posts

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନର୍ଲା ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ

Sunil Chandra Nayak

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା..୯ ହଜାରରୁ ହେଲା ୧୨୨୮୦ ଟଙ୍କା

Sunil Chandra Nayak

Leave a Comment

error: Content is protected !!