ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ବସ ବିଦ୍ଯୁତ ତାର ସଂପର୍ଶ ଆସି ଅଳ୍ପକେ ବର୍ତ୍ତିଗଲା

ଥୁଆମୂଳ ରାମପୁର:୧୬/୭- ମ.ନୀ.ସ:- ଆଜି ସରକାରୀ ବସ ବିଦ୍ଯୁତ ତାର ସଂପର୍ଶ ଆସି ଅଳ୍ପକେ ବର୍ତ୍ତିଯାଇଥିଲା। ଘଟଣାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦରମହକୁମା ଠାରେ ଏହି ଘଟଣା ଘଟିଥିଲା। ଭବାନୀପାଟଣା ଠାରୁ ଗୋପିନାଥପୁର ଅଭିମୁଖେ ଯାଉଥିବା ଏକ ସରକାରୀ ବସ ଥୁଆମୂଳ ରାମପୁର ମୂଖ୍ଯ ସଡକ ଅପର ପାର୍ଶକୁ ବିଦ୍ଯୁତ କେବୁଲ ଟଣାଯାଇଛି। ସେହି ଅସୁରକ୍ଷିତ ଭାବରେ ରହିଥିବା ବିଦ୍ଯୁତ କେବୁଲ ଖୁଣ୍ଟ ଠାରୁ ଅନ୍ଯ ପଟକୁ ଟଣାଯାଇଛି ହେଲେ ସେଥିରେ କୌଣସି କାରଣ ବଶତଃ ଲିକ୍ ଥିବା ଅନୁମାନ କରାଯାଇଛି। ଯେତେବେଳେ ବସ ତାର ତଳ ଦେଇ ଆଗକୁ ଆତିକ୍ରମ କରୁଥିଲା ଏହି ସମୟରେ ବସର ଉପର ଭାଗ କେବିନରେ ଲାଗିଯାଇଥିଲା। ଏହି ସମୟରେ ବସରେ ବିଦ୍ଯୁତ ତାର ସଂପର୍ଶ ହେବାରୁ ନିଆଁ ଜଳିବା ଆରମ୍ଭ ହେଉଥିବା ଏହି ଦୃଶ୍ଯକୁ ଲୋକେ ଦେଖିପାରି ବସ ଚାଳକଙ୍କୁ ଜଣାଇଥିଲେ।ପରେ ବସଟିକୁ ଚାଳକ ଅଟକାଇ ଦେଇଥିଲେ। ଯାହାଫଳରେ ଚାଳକ ଜଣକ ସତର୍କତା ଅବଲମ୍ବନ କରି ନିଜେ ଓ ଯାତ୍ରାମାନଙ୍କୁ ବଡ ବିପଦରୁ ବଞ୍ଚାଇ ଦେଇଛନ୍ତି। ସାଙ୍ଗେ ସାଙ୍ଗେ ବିଦ୍ଯୁତ କର୍ମଚାରୀ ଙ୍କୁ ଖବର ଦିଆଯାଇଥିଲା କର୍ମଚାରୀ ମାନେ ବିଦ୍ଯୁତ ସଂଯୋଗ ବିଛିନ୍ନ କରିଦେଇଥିଲେ। ଏହାଫଳରେ ବହୁତ ବଡ ବିପଦରୁ ରକ୍ଷା ପାଇଯାଇଥିଲେ। ତେବେ ବିଦ୍ଯୁତ ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଅଘଟଣା ଘଟିବାକୁ ଯାଉଥିଲା ବୋଲି ଆଲୋଚନା ହେଉଛି। ତେଣୁ ସ୍ଥାନୀୟ ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ରାସ୍ତା କଡରେ ଲମ୍ବି ଯାଇଥିବା ବିଦ୍ଯୁତ ତାର ଗୁଡିକକୁ ଯତ୍ନ ସହକାରେ ପରକ୍ଷୀବା ନିହାତି ଆବଶ୍ୟକତା ରହିଅଛି। ଆଗକୁ ଯେମିତି ଏପରି ଅଘଟଣା ନଘଟିବା ନେଇ କର୍ମଚାରୀ ମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ

Sunil Chandra Nayak

ରାଇଘର ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!