ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଲନିସି ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ , ମୋଟ ୧୭୬ଟି ପ୍ରକଳ୍ପ ପ୍ରଦର୍ଶିତ

ଧର୍ମଗଡ଼ ସ୍ଥିତ ଏଲନିସି ମିଶନ୍ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଧର୍ମଗଡ଼ ର ସହ ଜିଲ୍ଳାପାଳ ଅଜିତ କୁମାର ଶବର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା କିପରି ବିକଶିତ ହୁଏ ସେ ବିଷୟରେ ଆଲୋକପାତ କରି ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ଛାତ୍ରଛାତ୍ରୀ ମାନଙ୍କ ସହିତ ତାଙ୍କର ବିଭିନ୍ନ ପ୍ରୋଜେକ୍ଟ ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ବିଜ୍ଞାନ ପ୍ରଦର୍ଶନୀରେ ନର୍ସରି ରୁ କ୍ଲାସ ତିନି ର ୯୮ଗୋଟି,କ୍ଲାସ ୪ ରୁ କ୍ଲାସ ୬ ର ୩୮ଗୋଟି,କ୍ଲାସ ୭ରୁ ୮ର ୨୦ଗୋଟି,ଏବଂ କ୍ଲାସ ୯ ରୁ ୧୧ ର ୨୦ ଗୋଟି ସହ ମୋଟ ୧୭୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଵିଦ୍ୟାଧର ସାହୁ, ଇଙ୍ଗିତ କୁମାର ପଣ୍ଡା ଓ ଅଂଶୁମାନ ପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଉକ୍ତ ପ୍ରଦର୍ଶନୀରେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ।
ସ୍କୁଲର ମ୍ୟାନେଜର ଡକ୍ଟର ପେର୍ସିସ୍ ଓ ପ୍ରଧାନଶିକ୍ଷୟତ୍ରୀ ମିସ୍ ସେଲାଇନ ମେଥ୍ୟୁ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ପ୍ରଦର୍ଶିତ ଶ୍ରେଷ୍ଠ ପ୍ରକଳ୍ପ ଗୁଡିକକୁ ଜିଲ୍ଲା, ରାଜ୍ୟ ତଥା ଦେଶର ରେ ହେଉଥିବା ବିଜ୍ଞାନ ପ୍ରଦର୍ଶନୀ କୁ ପଠାଯିବ ବୋଲି ବିଦ୍ୟାଳୟର ନିର୍ଦ୍ଧେଶକ କେ. ଜୟକୁଟି ପ୍ରକାଶ କରିଥିଲେ ପୁନଶ୍ଚ ଯୁକ୍ତଦୁଇ ସ୍ତରରେ ଏଲନିସି ମିଶନ୍ ସ୍କୁଲକୁ କଳାହାଣ୍ଡି ଜିଲ୍ଲାରେ ଅଗ୍ରଣୀ ସ୍କୁଲ ରୂପେ ଗଢି ତୋଳିବାକୁ ପ୍ରୟାସ ଜାରି ରହିଛି ଓ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ମାନ ଉନ୍ନତ କରିବା ପାଇଁ ଅଭିଜ୍ଞ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମମତା ଶତପଥୀ ଙ୍କ କବିତା ଜଗନ୍ନାଥଙ୍କ ବାର୍ତ୍ତା 

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ପ୍ରକୃତି କରୁଛି ଖେଦ

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!