ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

ପ୍ରକୃତିରାଣୀ

ଋତୁ କ୍ରମାନ୍ଵୟେ ବିବିଧ ବେଶରେ
      ପ୍ରକୃତିରାଣୀର ଶୋଭା
କବି ଭାବୁକଙ୍କ ମାନସୀ ନାୟିକା
      ସୁଷମାରେ ବିମଣ୍ଡିତା l 
ଆଦ୍ୟ ଆଷାଢ଼ରେ ରିମ ଝିମ ନାଦେ
      ପାଦରେ ଘୁଙ୍ଗୁର ବାନ୍ଧି
କଜ୍ଵଳ ବରଣାମୋହିନୀ ମାୟାରେ
     ମନ ହରେ କୃଷ୍ଣ ପାଟେ l 
ବସନ୍ତେ କୋକିଳ କଣ୍ଠେ କୁହୁ ସ୍ୱନ
      ନିଦାଘେ ଝିଙ୍କାରୀ ନାଦେ
ହେମନ୍ତର ହିମ ଶୀତଳତା ମଧ୍ୟେ
      ରୂପର ପସରା ମେଲେ l 
ବରଷା ଧଉତ ବାରୁଣୀ ଗଗନେ
      ଇନ୍ଦ୍ରଧନୁର ରଙ୍ଗରେ
କାଉଁରୀ ରାଇଜ ରାଜଜେମା ସାଜି
      ପୁଲକ ଭରଇ ମନେ l 
ଜଳ ସ୍ଥଳ ନଭେ ଅଫୁରନ୍ତ ଶୋଭା
     ଚିରକାଳ ନୂଆ ଲାଗେ
ସୃଷ୍ଟିର କରତା ପ୍ରକୃତି ରାଣୀକୁ
      ଗଢିଛନ୍ତି କଉଶଳେ l 
ଜାଗତିକ ଶୋଭା କେଡେ ମଧୁମୟ
    ପ୍ରକୃତି ବାରତା ଦିଏ
ନିରୀକ୍ଷଣ ସହ ଉପଭୋଗ କର
      ଅଳୀକ ଜୀବନ କାଳେ l 

ନର୍ମଦା ନାୟକ

ରାଉରକେଲା 
    

Related posts

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ସମୁଦ୍ର କୁ ଶଙ୍ଖେ ପାଣି

Sunil Chandra Nayak

Leave a Comment

error: Content is protected !!