ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

ପ୍ରକୃତିରାଣୀ

ଋତୁ କ୍ରମାନ୍ଵୟେ ବିବିଧ ବେଶରେ
      ପ୍ରକୃତିରାଣୀର ଶୋଭା
କବି ଭାବୁକଙ୍କ ମାନସୀ ନାୟିକା
      ସୁଷମାରେ ବିମଣ୍ଡିତା l 
ଆଦ୍ୟ ଆଷାଢ଼ରେ ରିମ ଝିମ ନାଦେ
      ପାଦରେ ଘୁଙ୍ଗୁର ବାନ୍ଧି
କଜ୍ଵଳ ବରଣାମୋହିନୀ ମାୟାରେ
     ମନ ହରେ କୃଷ୍ଣ ପାଟେ l 
ବସନ୍ତେ କୋକିଳ କଣ୍ଠେ କୁହୁ ସ୍ୱନ
      ନିଦାଘେ ଝିଙ୍କାରୀ ନାଦେ
ହେମନ୍ତର ହିମ ଶୀତଳତା ମଧ୍ୟେ
      ରୂପର ପସରା ମେଲେ l 
ବରଷା ଧଉତ ବାରୁଣୀ ଗଗନେ
      ଇନ୍ଦ୍ରଧନୁର ରଙ୍ଗରେ
କାଉଁରୀ ରାଇଜ ରାଜଜେମା ସାଜି
      ପୁଲକ ଭରଇ ମନେ l 
ଜଳ ସ୍ଥଳ ନଭେ ଅଫୁରନ୍ତ ଶୋଭା
     ଚିରକାଳ ନୂଆ ଲାଗେ
ସୃଷ୍ଟିର କରତା ପ୍ରକୃତି ରାଣୀକୁ
      ଗଢିଛନ୍ତି କଉଶଳେ l 
ଜାଗତିକ ଶୋଭା କେଡେ ମଧୁମୟ
    ପ୍ରକୃତି ବାରତା ଦିଏ
ନିରୀକ୍ଷଣ ସହ ଉପଭୋଗ କର
      ଅଳୀକ ଜୀବନ କାଳେ l 

ନର୍ମଦା ନାୟକ

ରାଉରକେଲା 
    

Related posts

ବେଣୁଧର ସୂତାର ଙ୍କ କବିତା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

Sunil Chandra Nayak

Leave a Comment

error: Content is protected !!