ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ମୌସୁମୀ

    ମୌସୁମୀ 

ମୌସୁମୀ ଆସିଲେ
ବାପା ଭାରି ଖୁସି ହୁଅନ୍ତି
କୁହନ୍ତି ଅସୁବିଧା ହେବନି ଏସନ ଧାନ ଗଜାହେବାରେ!
ମୋ ବୋଉର ଦୁଃଖଗଲା
 ପାଣି ବୋହି ପକେଇ ବାକୁ
ପଡ଼ିବନି ତା ଶାଗ ବାଡ଼ିରେ!
ଆମ କୁନି ଝିଅକୁ ମିଳିଗଲା
ବାହାନା ସ୍କୁଲ ନ ଯିବାକୁ
ମୁଁ ବି ମୁରୁକି ହସେ
ବୁଡିରହି ଭାବନାରେ,
ମୌସୁମୀ ମୋପାଇଁ
ନୁହେଁ ଗୋଟିଏ ଜଳବାୟୁ
ଅବା ଏକ ସାଧାରଣ ଶବ୍ଦ
ଗୋଟେ ଅନନ୍ୟ ଅନୁଭବ
ମୁଁ ଅପେକ୍ଷା କରେ ଫି ବର୍ଷ
ମୋ କ୍ଲାସ ମେଟ ମୌସୁମୀ
ଦାସକୁ.
ଆମଭିତରେ ଥିବା ଅନେକ
ସମାନତା
ମନରେ ଭବିଷ୍ୟତର ସ୍ବପ୍ନ ଖେଳେ
ମୌସୁମୀ ଓ ମୌସୁମୀଦାସ
ଉଭୟେ ଅସ୍ଥିର.
ଗଡିଚାଲେ ଦିନ ପରେ ଦିନ
ଜୀବନରେ ଆସେ ଲେଉଟାଣି
ମୋଡ଼
ମୌସୁମୀ ଦିଶେନି ଆକାଶରେ
କି ମିଳେନି କଲେଜରେ
ଖବର ଶୁଣିବାକୁ ମିଳେ
ମୌସମୀ ବାୟୁ ଉଭାନ
ବ୍ରେକିଙ୍ଗ ନିୟୁଜ ରେ !
ମୌସୁମୀ ଦାସ ନିଖୋଜ
ହୁରିପଡ଼େ କଲେଜରେ,
ସମସ୍ତଙ୍କୁ ଶୁଭେଖାଲି
ହୃଦୟ ଭଙ୍ଗା ଖବର
ନିୟୁଜ ଚ୍ୟାନେଲ ରେ, ଦକ୍ଷିଣ ପଶ୍ଚିମ ମୌସୁମୀ
କ୍ରମଶଃ ଦ୍ରୁବଳ
ବାଂଲାଦେଶ ଉପକୁଳ ଛୁଇଁଲାପରେ,
ମୌସୁମୀଦାସ ଫେରାର
କଲେଜରେ ପଡେ ଚହଳ!
ତଥାପି “ମୋପ୍ରେମ ନିଶା
ଉତୁରିନଥାଏ
ସମଗ୍ର ଚାଷୀ କୁଳ ପରି
ପୁଣି ଫେରିବ ମୌସୁମୀ
ମୋରବି ଆଶା ଥାଏମନରେ!

ମଧୁସୂଦନମହାପାତ୍ର

ନୀଳାଦ୍ରି ବିହାର (ଝୁଂପାଣ )
ନଗୁଁଆ, ଯାଜପୁର.

Related posts

ରେଙ୍ଗାଳପାଲି ଠାରେ କରଣ ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ

Sunil Chandra Nayak

ବଡ କୁଲେଇବିରା ଗ୍ରାମରେ ପେସା ଆଇନ୍ ସଚେତନତା ଶିବିର

Sunil Chandra Nayak

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ ମୂର୍ଖ ପଣ୍ଡିତ

Sunil Chandra Nayak

Leave a Comment

error: Content is protected !!