ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ମୌସୁମୀ

    ମୌସୁମୀ 

ମୌସୁମୀ ଆସିଲେ
ବାପା ଭାରି ଖୁସି ହୁଅନ୍ତି
କୁହନ୍ତି ଅସୁବିଧା ହେବନି ଏସନ ଧାନ ଗଜାହେବାରେ!
ମୋ ବୋଉର ଦୁଃଖଗଲା
 ପାଣି ବୋହି ପକେଇ ବାକୁ
ପଡ଼ିବନି ତା ଶାଗ ବାଡ଼ିରେ!
ଆମ କୁନି ଝିଅକୁ ମିଳିଗଲା
ବାହାନା ସ୍କୁଲ ନ ଯିବାକୁ
ମୁଁ ବି ମୁରୁକି ହସେ
ବୁଡିରହି ଭାବନାରେ,
ମୌସୁମୀ ମୋପାଇଁ
ନୁହେଁ ଗୋଟିଏ ଜଳବାୟୁ
ଅବା ଏକ ସାଧାରଣ ଶବ୍ଦ
ଗୋଟେ ଅନନ୍ୟ ଅନୁଭବ
ମୁଁ ଅପେକ୍ଷା କରେ ଫି ବର୍ଷ
ମୋ କ୍ଲାସ ମେଟ ମୌସୁମୀ
ଦାସକୁ.
ଆମଭିତରେ ଥିବା ଅନେକ
ସମାନତା
ମନରେ ଭବିଷ୍ୟତର ସ୍ବପ୍ନ ଖେଳେ
ମୌସୁମୀ ଓ ମୌସୁମୀଦାସ
ଉଭୟେ ଅସ୍ଥିର.
ଗଡିଚାଲେ ଦିନ ପରେ ଦିନ
ଜୀବନରେ ଆସେ ଲେଉଟାଣି
ମୋଡ଼
ମୌସୁମୀ ଦିଶେନି ଆକାଶରେ
କି ମିଳେନି କଲେଜରେ
ଖବର ଶୁଣିବାକୁ ମିଳେ
ମୌସମୀ ବାୟୁ ଉଭାନ
ବ୍ରେକିଙ୍ଗ ନିୟୁଜ ରେ !
ମୌସୁମୀ ଦାସ ନିଖୋଜ
ହୁରିପଡ଼େ କଲେଜରେ,
ସମସ୍ତଙ୍କୁ ଶୁଭେଖାଲି
ହୃଦୟ ଭଙ୍ଗା ଖବର
ନିୟୁଜ ଚ୍ୟାନେଲ ରେ, ଦକ୍ଷିଣ ପଶ୍ଚିମ ମୌସୁମୀ
କ୍ରମଶଃ ଦ୍ରୁବଳ
ବାଂଲାଦେଶ ଉପକୁଳ ଛୁଇଁଲାପରେ,
ମୌସୁମୀଦାସ ଫେରାର
କଲେଜରେ ପଡେ ଚହଳ!
ତଥାପି “ମୋପ୍ରେମ ନିଶା
ଉତୁରିନଥାଏ
ସମଗ୍ର ଚାଷୀ କୁଳ ପରି
ପୁଣି ଫେରିବ ମୌସୁମୀ
ମୋରବି ଆଶା ଥାଏମନରେ!

ମଧୁସୂଦନମହାପାତ୍ର

ନୀଳାଦ୍ରି ବିହାର (ଝୁଂପାଣ )
ନଗୁଁଆ, ଯାଜପୁର.

Related posts

ପ୍ରକାଶ କୁମାର ମିଶ୍ର  ଙ୍କ କବିତା ଏବେ ବି ତୁମେ ମୋ ମନ ଶ୍ରାବଣୀ

Sunil Chandra Nayak

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC) 2018-19 ଆର୍ଥିକ ବର୍ଷ ର ଲାଭରୁ ରାଜ୍ୟ ସରକାରଙ୍କୁ 1,40 କୋଟି ପ୍ରଦାନ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା – ପଳାଶ ଫୁଲ

Sunil Chandra Nayak

Leave a Comment

error: Content is protected !!