ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

ଢେଙ୍କାନାଳ -: ଆଜି ତା 17.07.2022 ରିଖ ଅପରାହ୍ନ ରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଭାଷା ସାହିତ୍ୟ ସଂସ୍କୃତି ବିଭାଗ “ଚରୈବେତି “ଆନୁକୂଲ୍ୟରେ ସ୍ଥାନୀୟ ଦଧିବାମନ ମଠ ପରିସର ରେ ଏକ କବିତା ଆସର ପାଳିତ ହୋଇଯାଇଛି |ଚରୈ ବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ଙ୍କ ସଭାପତିତ୍ୱ,ସହ ପ୍ରମୁଖ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ଉଦ୍ୟମ ଏବଂ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସକ୍ରିୟ ସହଯୋଗ ରେ ଆୟୋଜିତ ଉକ୍ତ କବିତା ଆସର ରେ ବାଲେଶ୍ୱର ର ବିଶିଷ୍ଟ କବି ଶ୍ରୀଯୁକ୍ତ କାଳୀ କିଙ୍କର ଦାସ ଙ୍କ ସମେତ ଢେଙ୍କାନାଳ ର 19 ଜଣ କବି ଉପସ୍ଥିତ ରହି ନିଜ ନିଜ କବିତା ପାଠ କରିଥିଲେ |ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ସମସ୍ତ କବି/କବୟିତ୍ରୀ ମାନଙ୍କ ର ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ଉକ୍ତ ସାହିତ୍ୟ ଆସର କୁ ଏକ କବିତା କର୍ମଶାଳା ବୋଲି ଘୋଷଣା କରି ପ୍ରତିମାସର ତୃତୀୟ ରବିବାର ଅପରାହ୍ନ ରେ ଏଭଳି ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫୋରମ ର ନିଷ୍ପତ୍ତି କୁ ସାର୍ବଜନୀନ କରିଥିଲେ |କବି ଦୁର୍ଗା ଚରଣ ରାଉତ ଙ୍କ ସଂଯୋଜନା ରେ ଆରମ୍ଭ ହୋଇଥିବା ଉକ୍ତ କବିତା ଆସର ରେ ବାଲେଶ୍ୱର ମାଟି ର ବିଶିଷ୍ଟ କବି ଶ୍ରୀଯୁକ୍ତ କାଳୀ କିଙ୍କର ଦାସ ଙ୍କ ସମେତ ଢେଙ୍କାନାଳ ର କବି ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଶତ୍ରୁଘ୍ନ ମାଟି, ନନ୍ଦିକେଶ୍ବରୀ ନାଥ, ସଂଯୁକ୍ତା ଶରଣ, ସସ୍ମିତା ରାଉତ, ସନ୍ତୋଷୀ ସ୍ୱାଇଁ,ବିବେକାନନ୍ଦ ଷଡ଼ଙ୍ଗୀ, ସୋମେନ୍ଦୁ ଶତପଥୀ, ପ୍ରକାଶ ରାଉତ, ଦେବ ପ୍ରସାଦ ସାହୁ, ସୁଶୀଲ କୁମାର ନନ୍ଦ, ଜୟଦେବ ଷଡ଼ଙ୍ଗୀ, ବୈକୁଣ୍ଠ ନାଥ ଦ୍ବିବେଦୀ, ଭୋଜରାଜ ସାହୁ, ଅବିନାଶ ପଟ୍ଟନାୟକ, ଅଖିଳ କୁମାର ସାହୁ, ଦୁର୍ଗା ଚରଣ ସାହୁ,ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ |ପରେ ପରେ ବରିଷ୍ଠ କବି ଜୟଦେବ ଷଡ଼ଙ୍ଗୀ, ଶତ୍ରୁଘ୍ନ ମାଟି, ରବୀନ୍ଦ୍ର କୁମାର ସାହୁ, ନନ୍ଦିକେଶ୍ବରୀ ନାଥ, ସଂଯୁକ୍ତାଶରଣ, ଏବଂ କାଳୀ କିଙ୍କର ଦାସ କବିତା ଗୁଡିକୁ ସମୀକ୍ଷା କରିବା ସହ ସରଳ ସାବଲୀଳ ବୋଧଗମ୍ୟ ଭାଷା ରେ କବିତା ସୃଷ୍ଟି କରି କାଳଜୟୀ ସାହିତ୍ୟ ରଚନା ରେ ବ୍ରତୀ ହେବାପାଇଁ ନୂତନ ପୀଢ଼ି ର କବି/କବୟିତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ |କାର୍ଯ୍ୟକ୍ରମ ର ଶେଷ ଭାଗରେ କୁମାରୀ ଅଙ୍କିତା ପଟ୍ଟନାୟକ ସୁନ୍ଦର ସଂଗୀତ ପରିବେଷଣ କରି ସମସ୍ତ ଙ୍କ ମନ ମୋହିଥିଲେ |

ପରିଶେଷରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ରେ କୋଷାଧକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଫୋରମ ର ବରିଷ୍ଠ ସଦସ୍ୟ ଦେବୀପ୍ରସନ୍ନ ପାଣୀ, ସୁନିତା ପଟ୍ଟନାୟକ, ବିଶ୍ୱଜିତ ବରାଳ, ବିନୋଦ ମଲ୍ଲିକ, ବିଭୁ ନାରାୟଣ ଦ୍ବିବେଦୀ ସହଯୋଗ କରିଥିଲେ |

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଦିବାସୀଙ୍କ ମୁଣ୍ଡରେ କାହିଁକି ଗରା ? ସରକାରଙ୍କୁ ଜବାବ ମାଗିଲେ ବସ୍ତିବାସିନ୍ଦା !

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଧନ୍ୟ ହେଲା ପ୍ରାଣ ମୋର

Sunil Chandra Nayak

Leave a Comment

error: Content is protected !!