ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ଋତୁ ଆସିଲେ ବାଲିଛଡା ଗାଁ ଲୋକଙ୍କ ମନରେ ଘାରି ଆସେ ଚିନ୍ତା

ବର୍ଷାଋତୁ ରେ ମନେ ପକାନ୍ତି ପ୍ରଶାସନିକ ଅଧିକାରୀ

କଲମପୁର୧୮/୦୭ ( ମସିହା) କଲମପୁର ବ୍ଳକ ହାତୀ ନଦୀ କୂଳରେ ଅବସ୍ଥିତ ଗାଁ ହେଉଛି ବାଳିଛଡ଼ା । ଦୀର୍ଘ ବର୍ଷ ହେଲା ସମସ୍ୟା ଭିତରେ ବୁଡି ରହିଛି ଏହି ଗାଁ। ଏହି ଗାଁରେ ଦୁଇଗୋଟି ୱାର୍ଡ ଥିବା ବେଳେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ,ତଥା ଅନ୍ୟ ସରକାରୀ ଯୋଜନା ଉଚିତ ଭାବରେ କାର୍ଯ୍ୟକାରୀ ହେଉନାହିଁ।ବନ୍ୟା ଆଶ୍ରୟ ସ୍ଥଳୀରେ କୁନି କୁନି ଛାତ୍ର ଛାତ୍ରୀ ମାନେ ପାଠ ପଢ଼ୁଥିବା ବେଳେ ବିପଦ ସଂକୁଳ ନଦୀ କୂଳଦେଇ ଯିବା ଆସିବା କରୁଛନ୍ତି । ଗାଁରେ ରହିଛି ଏବେ ମଧ୍ୟ ଅନେକ ମାଟି ଘର । ଯାତାୟାତ ପାଇଁ ରହିଛି ନଦୀ ଗର୍ଭକୁ ମିଶିଥିବା ଅତି ସଂକର୍ଣ୍ଣ ରାସ୍ତା । ଏସବୁ ଦାବି ପାଇଁ ଗତ ପଂଚୟତ ନିର୍ବାଚନରେ ଭୋଟ ବର୍ଜ୍ଜନ ମଧ୍ୟ କରିଥିଲେ ଅନ୍ୟ ଏକ ୱାର୍ଡବାସୀ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବଳିଛଡ଼ା ଗାଁ ଯେଉଁ ଦୁର୍ଦ୍ଦଶା ସେଇ ଦୁର୍ଦ୍ଦଶା । ନଦୀର କୁଳ ଖାଇ ମାଟି ଅଟଡା ଖସୁଥିବା ଘଟଣା ସବୁ ବର୍ଷ ଘଟି ଆସୁଛି । କିନ୍ତୁ ପ୍ରଶାସନ ହାତୀ ନଦୀ ଉପରେ କିଛି ମାତ୍ରାରେ ପଥର ପେଚିଂ କରିଦେଇ ତାର ଦାଇତ୍ୱ ସାରି ଦେବାରେ ଲାଗିଛି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ଗାଁ ସ୍ଥାନାନ୍ତରିତ ପାଇଁ ଦୀର୍ଘ ଦଶ ବର୍ଷ ହେଲା ପ୍ରଶାସନ ଉଦ୍ୟମ କରି ଆସୁଛି।ଦେବଗିରି ଜଙ୍ଗଲ ପାଦ ଦେଶରେ ସେମାନଙ୍କୁ ଥଇଥାନ ପାଇଁ ଯାଗା ନିର୍ଦ୍ଧାରଣ କରିଥଲେ ହେଁ ଚିହ୍ନଟ ପ୍ରକ୍ରିୟାରେ ଅସଫଲ ଯୋଗୁଁ ଏହି ଉଦ୍ୟମ ମଧ୍ୟ ବିଫଲଗାମୀ ହୋଇଛି।ଯଦ୍ଵାରା ଗ୍ରାମବାସୀ ମାନେ ଗାଁରେ ରହିପାରୁ ନାହାନ୍ତି କି ଗାଁ ଛାଡି ପାରୁନାହାନ୍ତି ।ପ୍ରଶାସନ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ବାଲିଛଡ଼ା ଗାଆଁକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଜାରି ରଖିଥିବା ବେଳେ ,ବିନିଯୋଗ ଅର୍ଥ ହାତୀ ନଦୀର ବନ୍ୟା ଜଳ ସ୍ରୋତରେ ବୋହି ଯିବାରେ ଲାଗିଛି।ବନ୍ୟା ଆସିଲେ ମନେପଡେ ବାଲି ଛଡା ଗାଁ କଥା ।ହେଲେ ତାହାର କାରଣ ଓ ନିରାକରଣ ବର୍ଷା ଋତୁ କମି ଯିବା ପରେ ସବୁ ବର୍ଷା ପରି ମିଳେଇ ଯାଇଥାଏ।ଏହା ହିଁ ହେଉଛି ବାଲିଛଡ଼ା ଗ୍ରାମବାସୀ ଙ୍କ ପାଇଁ ବିଡମ୍ବନା।

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି ।

Related posts

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ସ୍ନାତକ ପରୀକ୍ଷା ଟପ୍ ଟେନ ରେ ଧର୍ମଗଡ ର ସୋନମ୍ ମେହେର 

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସ୍ଵର୍ଗତ ରଜତ କରଙ୍କ ସ୍ମରଣେ

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

Sunil Chandra Nayak

Leave a Comment

error: Content is protected !!