ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ପୂର୍ଣେଶ୍ବର ମନ୍ଦିର, ପରିସରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ଦୀପଦାନ ଓ ପୂଜାର୍ଚ୍ଚନା

ମୟୂରଭଞ୍ଜ – ୧୮/୭/୨୨ (ମସିହା) ଭାରତର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ଆମରି ଅଂଚଳର ଭୂମି ପୁତ୍ରୀ ସଵୁରିପ୍ରିୟ ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି ।ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଡି ଗ୍ରାମର ୨୦୦ ବର୍ଷର ଉର୍ଦ୍ଧ୍ବ ପୁରାତନ ଶୈବପୀଠ ବାବା ପୂର୍ଣେଶ୍ବର ମନ୍ଦିର ବିଭିନ୍ନ ସଂଗଠନ ପକ୍ଷରୁ ସଂନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୂଜାର୍ଚ୍ଚନା କରାଯାଇଛି ।ଏହି ଐତିହ୍ୟ ମନ୍ଦିରରେ ପ୍ରତ୍ଯକ ସୋମବାର ଦିନ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୋରୁ ଆସି ମନ୍ଦିର ଧୁଆ ଧୋଇ ଓ ମନ୍ଦିରବେଡା ସଫା ସୁତୁରା କରୁଥିଲେ । ପୂଜକ ପ୍ରସନ୍ନ ଷଡଙ୍ଗୀ,ପୂଜକ ଦେବବ୍ରତ ରଥମହାପାତ୍ର ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ଯକ୍ରମରେ ବାମନଘାଟୀ ବ୍ରାହ୍ମଣ ମହାସଭାର,ଦିବ୍ୟ ଜୀବନ ସଂଘ,ଶ୍ରୀ ଶ୍ରୀ ରବିଶଙ୍କର ଆର୍ଟ ଅଫ୍ ଲିଭିଂ,ସାଇ ସେବା ସମିତି, ବୁଦ୍ଧିଜୀବୀ ସଂଘ,ବଣିକ ସଂଘ,ଠିକାଦାର ସଂଘ, ସାମ୍ବାଦିକ ସଂଘ, ମହିଳା ସମିତି,ଅଟୋ ସଂଘର ସଦସ୍ଯ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ଏବଂ ପୂଜାର୍ଚ୍ଚନା କରିଥିଲେ । ଜାତି,ଧର୍ମ ନିର୍ବିଶେଷରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାବା ପୂର୍ଣେଶ୍ବର ନିଶ୍ଚିତ ଭାବରେ ଶ୍ରାବଣ ମାସ ସୋମବାର ଦିନ ଦ୍ରୌପଦୀ ମୁର୍ମୁଙ୍କ ମୁଣ୍ଡରେ ସୁନା କଳାଶ ଢାଳିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

Sunil Chandra Nayak

ସାଧନା ପଣ୍ଡା  ଙ୍କ କବିତା ବ୍ୟଥାର ଯମୁନା ତୀରେ .. !

Sunil Chandra Nayak

ଭୋଟ ଗଣତି କେନ୍ଦ୍ରରେ ସାମ୍ବାଦିକଙ୍କ ପାଇଁ ଅବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!