ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

ଚିଲିଗୁଡା( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବିପଦ ସଂକୁଳ ଅବସ୍ଥାରେ ରହି ଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।୧୯୫୦ ମସିହାରେ ସ୍ଥାପନା ହୋଇ ଥିବା ଏହି ସର୍ବ ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।ଏହି ବିଦ୍ୟାଳୟ ରେ ଅନେକ ଛାତ୍ରଛାତ୍ରୀ ଶିକ୍ଷାଦାନ କରି ସୁନାମ ଅର୍ଜନ କରିଛନ୍ତି ।ପ୍ରକାଶ ଥାଉକି ପ୍ରଥମେ ଏହି ବିଦ୍ୟାଳୟ ରେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହି ଥିଲା ପରେ ରାଜ୍ୟ ସରକାର ନିକଟସ୍ଥ ସ୍କୁଲ ଗୁଡିକ କୁ ମିଶ୍ରଣ କରିଥିଲା । ମିଶ୍ରଣ ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶିକ୍ଷା ଦାନ କରାଯାଇଛି । କିନ୍ତୁ ଶ୍ରେଣୀ କୋଠରୀ ଅଭାବ ସ।ଙ୍ଗକୁ ଶିକ୍ଷକ ଅଭାବ କୁ ନେଇ ଏବେ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ।ଘର ଗୁଡିକ ବହୁ ପୁରୁଣା ହୋଇଥିବାରୁ ଖପର ଫାଟି ଆ କରିଥିବା ବେଳେ କାନ୍ଥ ଗୁଡିକ ଦଦରା ହୋଇ ଭାଙ୍ଗି ପଡିଛି ଏବଂ ବର୍ଷା ହେଲେ ପାଣି ଝରୁଛି । ବିପଦ ସଂକୁଳ ଅବସ୍ଥାରେ ଥିଲେ ମଧ୍ୟ ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ବାଧ୍ୟ ହୋଇ ପ୍ରଥମ ରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।ଏହି ବିଦ୍ୟାଳୟ ର ସମସ୍ୟା କୁ ନେଇ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ ବୋଲି ଗ୍ରାମର ଚନ୍ଦ୍ର ଶେଖର କର ,ବିଭୁତି ସୁନାନୀ ଓ ଘନ ଶ୍ୟାମ ବରେଟ ପ୍ରକାଶ କରିଛନ୍ତି ।ଏହି ବିଦ୍ୟାଳୟରେ ପ୍ରାୟ ୪ ଜଣ ଶିକ୍ଷକ ରହି ଥିବା ବେଳେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏତେ କମ ଶିକ୍ଷକରେ କିପରି ଶିକ୍ଷା ଦାନ ହେଉଥିବ ତାହା ସହଜେ ଅନୁମେୟ ହେଉଥିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ଙ୍କ କହିବାନୁସ।ରେ ପ୍ରକୃତରେ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଓ ଶୋଚନୀୟ ଅବସ୍ଥାରେ ରହିଛି । ଯାହାକି ଏବେ ମରାମତି କରିବା ସମ୍ଭବ ନୁହେଁ ତାକୁ ଭାଙ୍ଗି ନୂତନ ଭାବରେ ନିର୍ମାଣ କଲେ ହି କାମ ଦେବ ବୋଲି କହିଛନ୍ତି ।ବର୍ତ୍ତମାନ ପଞ୍ଚାୟତ ସ୍ତରରେ କୌଣସି ଵ୍ୟଵସ୍ଥା ଗ୍ରହଣ କରାଯାଇନାହିଁ । ଆଗ।ମି ଦିନରେ ନୂତନ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।ବର୍ତ୍ତମାନ ସିଆର ସିସି ଙ୍କ ସହ ଯୋଗାଯୋଗ କରି ପାଣି ଝରୁଥିବା ଶ୍ରେଣୀ କୋଠରୀ ଗୁଡିକର ମରାମତି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀ ଗୃହ ନିର୍ମାଣ କର। ନ ଗଲେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମ୍ ଏଫ୍ ସି କୋର୍ଟର ଉଦଘାଟନ

Sunil Chandra Nayak

କନ୍ଧମାଳ ରେ ମାଓ ସମୀକ୍ଷା କଲେ ଡ଼ାଇରେକ୍ଟର ଇଣ୍ଟିଲିଯେନ୍ସ ଆଇଜି ସଂଜୀବ ପଣ୍ଡା

Sunil Chandra Nayak

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

Leave a Comment

error: Content is protected !!