ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା

ମୟୂରଭଞ୍ଜ – ୧୮/୭/୨୨(ମସିହା) ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ଯେଉଁ ଠାରେ ତାଙ୍କର ପୈତୃକ ଗ୍ରାମ ଉପରବେଳା ଏବଂ ଶଶୁରାଳ ଉପରବେଳା ଗ୍ରାମ ଅବସ୍ଥିତ ସେହି ବ୍ଳକର ସଦର ମହକୁମା ବାଦାମପାହାଡ଼ ଲୌହ ଖଣି ଅଂଚଳରେ ପ୍ରତିଷ୍ଠା ହୋଇଥିବା ମା’ବନଦୁର୍ଗା ମନ୍ଦିରରେ ଅଂଚଳବାସୀଙ୍କ ଦ୍ବାରା ପୂଜାର୍ଚ୍ଚନା, ଦୀପଦାନ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହେଶ ହେମ୍ବ୍ରମ,ସୁମିତ ଦାସ, ଦମୟନ୍ତୀ ହେମ୍ବ୍ରମ,ନାଣ୍ଡୁ ସାହୁ, ପିଣ୍ଟୁ ସାହୁ,ତୁମୁଳ ବାନାର୍ଜୀ,ଟିକୁ ସାହୁ,ବାବୁ ବାରିକ,ବିଜୁ ଦାସ,ସଂଞ୍ଜୁ ଦାସ,ଗୁରୁ ହେମ୍ବ୍ରମ,,ଗଙ୍ଗାରାଣୀ ହାଁସଦା ପ୍ରମୁଖ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

Leave a Comment

error: Content is protected !!