ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁମେରପଦର ବିଜେପି ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର:୧୯/୭:- ମ.ନୀ.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେରପଦର ବିଜେପି ମଣ୍ତଳ ସଭାପତି ଶ୍ରୀ ଧନୁର୍ଜୟ ନାଏକ ଙ୍କ ନେତୃତ୍ୱରେ ମଣ୍ତଳ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସମ୍ପାଦକ ତଥା ମାନ୍ୟବର କଳାହାଣ୍ଡି ସାଂସଦ ଙ୍କ ଥୁଆମୂଳ ରାମପୁର ବ୍ଳକ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ ଯୋଗଦେଥିଲେ। ବୈଠକ ରେ ଆଗାମୀ ଦିନରେ ମଣ୍ଡଳର ସମସ୍ତ ବୁଥ୍ କେମିତି ମଜଭୁତ ହେବ ସେନେଇ ସମସ୍ତ ନେତୃତ୍ୱ ମଣ୍ଡଳୀ ଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି। ଏହି ଅବସରରେ ସର୍ବ ଭାରତ ରେ ଏକ ଇତିହାସ ସୃଷ୍ଟି ହେବାକୁ ଯାଉଛି ଓଡିଶାର ଆଦିବାସୀ ଝିଅ ଙ୍କୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୂର୍ମୁ ଙ୍କୁୁଏନ୍ ଡି ଏ  ପ୍ରାର୍ଥୀ ଦେଇଥିବାରୁ ମାନ୍ୟବର ଯଶସ୍ବୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କୁ ଏବଂ ବିଜେପି ସଭାପତି ଶ୍ରୀ ଜେ.ପି.ନଡ୍ଡା ଜୀ ଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଅନ୍ଯାନ୍ଯ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାର ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ବାଞ୍ଛାନିଧୀ ସାହୁ , ଥୁଆମୂଳ ରାମପୁର ମଣ୍ଡଳ ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକ,ଡୁମେର ପଦର ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ହରେକୃଷ୍ଣ ନାଏକ ,ଥୁଆମୂଳ ରାମପୁର ମଣ୍ଡଳ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ. ଥୁଆମୂଳ ରାମପୁର. ମଣ୍ଡଳ ଉପସଭାପତି ଶ୍ରୀ ଉଦିତ ସାହୁ, ସମ୍ପାଦକ ଶ୍ରୀ କୁନା ପାତ୍ର . ଓବିସି ମୋର୍ଚ୍ଛା ସଭାପତିଶ୍ରୀ ଶତ୍ରୁଘ୍ନ ଗହୀର,ଏବଂ ରାବେଣା ନାଏକ, ଧନୁର୍ଜୟ ହରିଜନ, ପ୍ରହଲ୍ଲାଦ ନାଏକ, ଦୁର୍ଯ୍ୟୋଧନ ନାଏକ, ପିଣ୍ଟୁ ନାଏକ, ପ୍ରମୁଖ ଯୋଗଦାନ କରିଥିବା ବେଳେ ସ୍ଥାନୀୟ ମଣ୍ଡଳ ର ସମସ୍ତ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିନା ଟ୍ରେଡ ଲାଇସେନ୍ସ ରେ ଚାଳିଛି ବାଇକ ସୋରୁମ

Sunil Chandra Nayak

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

Sunil Chandra Nayak

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

Leave a Comment

error: Content is protected !!