ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷକୁ ୨୦ ଲକ୍ଷରୁ ଅଧିକ ଜମା କଲେ ପାନ୍, ଆଧାର ବାଧ୍ୟତାମୂଳକ

କୌଣସି ଦାତାଙ୍କଠାରୁ ଏକକାଳୀନ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଉପହାର ଗ୍ରହଣ କରାଯାଇପାରିବ ନାହିଁ

ଗୋଟିଏ ଖାତାରେ ହେଉ କିମ୍ବା ଏକାଧିକ ଖାତାରେ; ଗୋଟିଏ ବ୍ୟାଙ୍କରେ ହେଉ କିମ୍ବା ଏକାଧିକ ବ୍ୟାଙ୍କରେ ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଜମା କଲେ ପାନ୍ ଓ ଆଧାର ବାଧ୍ୟତାମୂଳକ ଭାବେ ଉପସ୍ଥାପନ କରିବାକୁ ପଡ଼ିବ। ଯେଉଁମାନେ ଏହି କାମ ନକରିବେ ସେମାନେ ‌‌ଯେତିକି ଟଙ୍କା ଜମା କରିଥିବେ ତାହାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ଜରିମାନା ଭାବେ ଅସୁଲ କରାଯିବ। ପୂର୍ବରୁ ରହିଥିବା ନିୟମ ଅନୁସାରେ ଦିନକୁ କିମ୍ବା ଏକକାଳୀନ ୫୦ ହଜାର ଟଙ୍କା ଜମା କରୁଥିବା ଗ୍ରାହକମାନଙ୍କ ଲାଗି ପାନ୍ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଥିଲା। ଦୈନିକ ୫୦ ହଜାର ଟଙ୍କାରୁ ଅଧିକ କିମ୍ବା ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରିବାକୁ ଚାହୁଥିବା ଗ୍ରାହକମାନଙ୍କୁ ନିଶ୍ଚିତ ରୂପେ ପାନ୍ ହାସଲ କରିବାକୁ ହେବ।

ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ଗ୍ରହଣ କରିବାକୁ ମଧ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏଭଳିକି ଗୋଟିଏ ଦିନରେ ନିଜ ପରିଜନଙ୍କଠାରୁ ମଧ୍ୟ କୌଣସି ବ୍ୟକ୍ତି ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ଆଣିପାରିବେ ନାହିଁ। ପ୍ରଚଳିତ ଆୟକର ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବେ ତେବେ ତାଙ୍କୁ ଚେକ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ପେମେଣ୍ଟ୍ କରିବାକୁ ପଡ଼ିବ। କୌଣସି ଦାତାଙ୍କଠାରୁ ଏକକାଳୀନ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଉପହାର ଗ୍ରହଣ କରାଯାଇପାରିବ ନାହିଁ। ଯେଉଁମାନେ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍‌କୁ ନଗଦ ଟଙ୍କାରେ ପେମେଣ୍ଟ୍‌ କରୁଛନ୍ତି ସେମାନେ ଆୟକର ରିଟର୍ଣ୍ଣ ଦାଖଲ ବେଳେ ତାହାକୁ ଧାରା ୮୦ଡି ଅଧୀନରେ ପ୍ରଦର୍ଶନ କରି ଛାଡ଼ ସୁବିଧା ପାଇପାରିବେ ନାହିଁ। କୌଣସି ବ୍ୟକ୍ତି ନିଜ ବନ୍ଧୁ ପରିଜନ କିମ୍ବା ଆର୍ଥିକ ସଂସ୍ଥାଠାରୁ ୨୦ ହଜାର ଟଙ୍କାରୁ ଅଧିକ ନଗଦ ଋଣ ନେଇପାରିବେ ନାହିଁ। ଋଣ ପରିଶୋଧ ବେଳେ ମଧ୍ୟ ୨୦ ହଜାର ଟଙ୍କାରୁ ଅଧିକ ନଗଦ ରାଶି ଦିଆଯାଇପାରିବ ନାହିଁ। ଏହି କାମକୁ ବ୍ୟାଙ୍କ ଜରିଆରେ କରିବାକୁ ହେବ। ସମ୍ପତ୍ତି କାରବାରରେ ସର୍ବାଧିକ ୨୦ ହଜାର ଟଙ୍କାର ନଗଦ କାରବାର କରାଯାଇପାରିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମବାୟ ସମିତିର ଡାଇରେକ୍ଟରଙ୍କ ପ୍ରଥମ ବୈଠକ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

ନିର୍ଦ୍ଵନ୍ଦରେ କୁନି ସାହୁ ହେଲେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!