ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀଗୃହ ସମସ୍ୟା ସମାଧାନ ପାଇଁ ଦାବି

ତେନ୍ତୁଳିଖୁଣ୍ଟି ୧୯/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ର୍ବିରିଗୁଡା ଠାରେ ଉଚ୍ଚ ବିଦ୍ୟାଳୟ ହେବା ଠାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କୁ ନେଇ ନୋଡାଲ ଉଚ୍ଚ ବିଦ୍ୟାଳୟ ନାମ କରଣ ହୋଇଛି କିନ୍ତୁ ପ୍ରଥମ ରୁ ସପ୍ତମ ପାଇଁ ଚାରିଟି ଶ୍ରେଣୀ ଗୃହ ଗୋଟିଏ ସ୍ଥାନରେ ଅଷ୍ଟମ ରୁ ଦଶମ ଶ୍ରେଣୀ ଗୃହ ଗ୍ରାମର ଅନ୍ୟ ଏକ ସ୍ଥାନରେ ରହିଛି। କୌଣସି ସ୍ଥାନରେ ଆବଶ୍ୟକତା ଅନୁସାରେ ଶ୍ରେଣୀ କକ୍ଷ ନାହିଁ। ପ୍ରଥମ ରୁ ସପ୍ତମ ଶ୍ରେଣି ପାଇଁ ଥିବା କକ୍ଷ ଗୁଡିକ ଜରାଜୀର୍ଣ୍ଣ ହୋଇଗଲାଣି ତାର ମରାମତି ପାଇଁ 2 ରୁ ତିନି ଲକ୍ଷ ଟଙ୍କା ଆବଶ୍ୟକ ସେତିକି ଅର୍ଥ ବିଦ୍ୟାଳୟ ମରାମତି ପାଇଁ ଆସୁନି ଏଣୁ ନୂତନ ତିନୋଟି କକ୍ଷ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ବିଭାଗ କୁ ଦାବୀ କରିଥିଲେ। କିନ୍ତୁ କିଛି ଫଳ ମିଳିନି । ବର୍ଷା ଦିନରେ ଜରାଜୀର୍ଣ୍ଣ ଚଟାଣ ଫାଟିଥିବା କକ୍ଷ ରେ ଶିକ୍ଷା ଦାନ କଷ୍ଟ ଏଣୁ ନୂତନ ଶ୍ରେଣୀ କକ୍ଷ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀମସେନ ନାୟକ,ତୁଳସା ମୁଦୁଲି,ପାର୍ବତୀ ମୁଦୁଲି, ଶକୁନ୍ତଳା, ଅଭି ବାଘ,ଵାଲାଜୀ ମୁଦୁଲି ଅଶୋକ ,ରଞ୍ଜିତ ସୁନା ପ୍ରମୁଖ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଭେଟି ଦାବି ଜଣାଇଛନ୍ତି। ବର୍ତ୍ତମାନ ରୂପାନ୍ତର ଯୋଜନାରେ ନବୀକରଣ ଚାଲିଥିବା ବେଳେ ମଞ୍ଚାଗାଁ ର ବିରିଗୁଡା ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ କରି ଗୋଟିଏ କ୍ୟାମ୍ପସ ରେ ପ୍ରଥମ ରୁ ଦଶମ ଶ୍ରେଣୀ ଗୃହ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବୀ ହେଉଭହି। ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଆଶିଷ ଭିକ୍ଷା

ସରସ୍ଵତୀ ସାହା ନିର୍ଦ୍ଧନ୍ଧରେ ଭାଇସ ଚେୟାରମେନ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!