ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ ଙ୍କର ନିର୍ଦେଶରେ ଗତ ୧୪/୭/୨୦୨୨ ରିଖ ଦିନ ଏସ ଓ ଜି ଓ ଡି ଭି ଏଫ ଯବାନ ଙ୍କର ମିଳିତରେ ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ ତିଲିକି ଗ୍ରାମ ଜଙ୍ଗଲରେ ସୁରକ୍ଷା ବାହିନୀ କମ୍ବିଂ ଆପରେସନ ଆରମ୍ଭ କରିଥିଲେ। କମ୍ବିଂ ଅପରେସନ ବେଳେ ଏକ ମାଓକ୍ୟାମ୍ପ ଠାବ କରି ଚଡାଉ କରିଥିଲେ । ୧୦ ଜଣ ମାଓବାଦୀ ସୁରକ୍ଷା ବାହିନୀ ର ଆକ୍ରମଣ ଯୋଗୁଁ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ସେହି ମାଓକ୍ୟାମ୍ପ ରୁ ମାଓବାଦୀ ବ୍ୟବହୃତ ମାଓ ସାମଗ୍ରୀ ପ୍ଲାଷ୍ଟିକ ଜାର, ୱାଟର ଜାର, ଟିଫିନ ବକ୍ସ,ଷ୍ଟିଲ ଚାମଚ, ସାବୁନ କେସ,ଛତା, ଟର୍ଚ୍ଚ,ହେଣ୍ଡମେଡ ମେଗାଜିନ ପାଉଚ,ଆଲୁମିନିୟମ ଡିସ,ଢ଼ାଙ୍କୁଣୀ,ପଲିଥିନ ଦରି, ଛୋଟ ସଲାର ପ୍ଲେଟ,ସଲାର ଲାଇଟ,କୁରାଢ଼ୀ, ବେଲ୍ଟ,ବିଦ୍ୟୁତ ତାର,ଚପଲ ,ଦଉଡି,ଷ୍ଟିଲ ମଗ ,ଜଗ ,ଷ୍ଟିଲ ପ୍ଲେଟ,ମେଡ଼ିସିନ ୱାଟର ବୋଟଲ ଏ ସମସ୍ତ ମାଓ ସାମଗ୍ରୀ ପୋଲିସ ଜବତ କରିଥିବା ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ ପି ଶ୍ରୀ ଅଗ୍ରୱାଲ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଏହି ମାଓ କ୍ୟାମ୍ପ ରେ କେ କେ ବି ଏନ ଡିଭିଜନ ମାଓବାଦୀ ଥିବା ସନ୍ଦେହ କରାଯାଉଛି ବୋଲି ଏସ ପି ଗଣମାଧ୍ୟମ କୁ ସୂଚନା ଦେଇଥିବା ବେଳେ ଗତ ମେ ମାସ ୨୨ ତାରିଖରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡା ଥାନା ଅନ୍ତର୍ଗତ ଡାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଏରିଆ କମିଟି ସଦସ୍ୟ ଏସ ପି ଭିନୀତ ଅଗ୍ରୱାଲ ଙ୍କର ନିକଟରେ ଆତ୍ମସମର୍ପଣ କରିଥିଲେ ବୋଲି କହିଥିବାବେଳେ ଏବେ ମଧ୍ୟ ସେହି ସ୍ଥାନରେ କମ୍ବିଂ ଅପରେସନ ଜାରି ରହିଛି ବୋଲିଏସ ପି ଗଣମାଧ୍ୟମ କୁ କହିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଆଜି ଆମପାଣି ବୁଢ଼ାରଜା ଙ୍କ ଦଶହରା, ଏହି ଦଶହରା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଏକ ସମାବେଶ

Sunil Chandra Nayak

ଚାଳକ ଦିବସ ପାଳିତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଆଇ ଲଭ ୟୁ 

Sunil Chandra Nayak

Leave a Comment

error: Content is protected !!