ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥା

ଲାଞ୍ଜିଗଡ଼,୧୯/୦୭(ମନିସ)-ଗତକାଲି ଥିଲା ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ନିର୍ବାଚନ ! ବିଜେପି ନେତ୍ରୁତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ସହିତ ଭୋଟ ଦେଇଥିଲା ବିଜେଡି ! ପାର୍ଟି ବଦଳରେ ମାଟିର ଦାୟରେ ଦ୍ରୌପଦୀଙ୍କୁ ଭୋଟ ଦେଇଥିଲେ କଂଗ୍ରେସ କଟକ ସଦର ବିଧାୟକ ମହମ୍ମଦ ମୋକିମ୍ ! ଦ୍ରୌପଦୀଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଥିବାବେଳେ ଏହାକୁ ନେଇ ବିଜେଡି ବି ଖୁସି ଓ ବିଜେପି ମହଲ ବି ଖୁସି ! ତେବେ କଂଗ୍ରେସ ଦଳ ବିଧାୟକ ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି ! ଓଡ଼ିଶାର ପୂର୍ବାଞ୍ଚଳରେ ବିଜେଡି ବିଜେପି ଖୁସି ମନାଉଥିବା ପଶ୍ଚିମାଞ୍ଚଳରେ କିନ୍ତୁ ବିଜେଡି ଓ ବିଜେପିଙ୍କୁ ଜୋରଦାର ଝଟକା ଦେଇଛି କଂଗ୍ରେସ ! ବରିଷ୍ଠ କଂଗ୍ରେେସ ନେତା ଭକ୍ତଚରଣ ଦାସଙ୍କ ନେତ୍ରୁତ୍ବରେ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିବାବେଳେ ଏଥିରେ ତିନିଶହରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି ନେତା ଓ କର୍ମୀ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି ! ତେବେ ଦଳ ଛାଡ଼ିଥିବା ନେତା ଓ କର୍ମୀ ବିଜେଡି ଓ ବିଜେପି ବିରୁଦ୍ଧରେ ବିଷ ଓଗାଳିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତର ଜଣେ ବିଜେଡି ନେତା ମଧୁସୂଦନ ଦଣ୍ଡସେନାଙ୍କ ମିଡିଆ ବାଇଟ୍ ବିଜେଡିର ଅସଲ ମୁଖା ଖୋଲିଦେଇଛି ! ତାଙ୍କ ବକ୍ତବ୍ୟ ଅନୁସାରେ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ତ୍ରୁଣମୂଣ ସ୍ତରର କୌଣସି କର୍ମୀଙ୍କୁ ପଚାରନ୍ତି ନାହିଁ ! ସେମାନଙ୍କ ସମସ୍ୟା ଶୁଣନ୍ତି ନାହିଁ ! ତାଙ୍କ ନିର୍ବାଚିତ ହେବା ସମୟରେ ହିଁ ତାଙ୍କ ପଞ୍ଚାୟତ ସମେତ ଅଞ୍ଚଳର ବିକାଶ ଧିମେଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ! ସେହିପରି ଯାହା ବି ଉନ୍ନତି ବଳଭଦ୍ର ମାଝୀ ବିଧାୟକ ଥିଲାବେଳେ ହୋଇଥିଲା, ଏ ବିଧାୟକ କୌଣସି କାମକୁ ନୁହଁ ଢଙ୍ଗରେ ସେ ବର୍ଷିଛନ୍ତି ! ସୂଚନାଯୋଗ୍ୟ, ଥୁଆମୂଳରାମପୁରରେ ସହକାରୀ ଯନ୍ତ୍ରୀଙ୍କୁ ଥଇଥାନ କରିବାକୁ ଚିଠି ଲେଖି ସାରା ଜିଲ୍ଲାରେ ସମାଲୋଚନାର ଶରବ୍ୟ ସାଜିଥିବା ବିଧାୟକ ଶ୍ରୀ ଦିଶାରି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମଧ୍ୟ ନିଜର ପତିଆରା ହରାଇବାରେ ଲାଗିଛନ୍ତି ! ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ! ସତକୁ ସତ ହାତଗଣତି କୁଜିନେତା ଓ ଠିକାଦାରଙ୍କ ଦ୍ବାରା ପରିଚାଳିତ ହୋଇ ବିଧାୟକ ମହାଶୟ ନିଜର ସାମ୍ବିଧାନିକ ଦାୟିତ୍ବ ଭୁଲିଯାଉଥିବାବେଳେ ବିରୋଧୀ ଏହାର ସୁଯୋଗ ନେଉଛନ୍ତି ! ଦୁର୍ନୀତିଗ୍ରସ୍ତମାନଙ୍କୁ କୋଳେଇ ନେଇ ବିଧାୟକ ମହାଶୟ ପାଖରେ ରଖୁଥିବାରୁ ଏପରି ଭାବେ ଜଣକ ପରେ ତାଙ୍କଠାରୁ ଦୂରେଇଯିବା ସହ ଦଳ ଛାଡ଼ୁଛନ୍ତି ! ଯାହା ଫଳରେ ଜଣେ ନିର୍ବିବାଦୀୟ ବ୍ୟକ୍ତି ହୋଇଥିବା ସତ୍ତ୍ବେ ତାଙ୍କୁ ବଦନାମ କରିବାରେ କୁଚକ୍ରୀ ଗୋଷ୍ଠୀ ସଫଳ ହେଇଯାଉଛନ୍ତି ! ତେବେ ଆଜି ଦଳ ଛାଡ଼ିଥିବା ମଧୁସୂଦନଙ୍କ ଭଳି ଅନ୍ୟମାନେ ବି ଏପରି ମନକଥା ମନରେ ଚାପି ରଖିଛନ୍ତି ଆଉ ଦଳ ଛାଡ଼ି ଦେଲେ, କହୁଛନ୍ତି ମରମ କଥା !

Related posts

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

Sunil Chandra Nayak

ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

Leave a Comment

error: Content is protected !!