ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ମାତୃଶକ୍ତି

ମାତୃଶକ୍ତି

 

ମଙ୍ଗଳ କାରିଣୀ ଜଗତପାଳିନୀ ଶଙ୍କଟ ତାରିଣୀ ମାଆ

କେବେ ମାଆ ଲକ୍ଷ୍ମୀ କେବେମା ଦୁର୍ଗା କେବେ ମା ଶାରଳା ସାହା।

 

ମାଆର ମହିମା କାହାକୁ ଅଜଣା ମା ସେ ମଙ୍ଗଳମୟୀ

ମାଆ ଶୁଭାଶିଷ ମଥାରେ ରହିଲେ ହେବ ଦିନେ କାଳଜୟୀ।

 

ମାତୃଶକ୍ତି ଅଟେ ଦିବ୍ଯ ଜ୍ୟୋତି ସମ ସନ୍ତାନ କୁ ହୁଏ ସାହା

ଜନମ ଦେଇ ସେ ଜନନୀ ହୋଇଛି କୋଳେ ଦେଇ ଅଛି ରାହା।

 

ସନ୍ତାନର ଲାଗି ମାଆ ର ପଣତ ଅଟେ ଜଗନ୍ନାଥ ନେତ

ମାଆ କୋଳ ଅଟେ ସରଗର ତୁଲ୍ୟ ସନ୍ତାନର ସର୍ବ ସୁଖ।

 

ମା ଶାରଳାଙ୍କ ପାଦ ସେବା କରି କାଳିଦାସ ହେଲେ ଶ୍ରେଷ୍ଠ

କନକପୁରର ସିଦ୍ଧେଶ୍ୱର ପୂଜି ଜଗତେ ହେଲେ ବିଖ୍ୟାତ।

 

ପାଣ୍ଡବ ମାନଙ୍କ ରକ୍ଷାର କବଚ ଗାନ୍ଧାରୀଙ୍କ ଶୁଭାଶିଷ

ନିଜ ପୁତ୍ର ପାଇଁ ନ କାନ୍ଦିଲା ହୃଦ ଅକ୍ଷୟ ପୁଣ୍ୟ ଜଗତ।

 

ସଂସାର ମଙ୍ଗଳ କରିବା ପାଇଁ କି ଦୁର୍ଗା ହେଲେ ଆର୍ବିଭାବ

ମହିଷାସୁର କୁ ବିନାଶ କରିଲେ ରଖିଲେ ସଂସାର ନାବ।

 

ମାତୃଶକ୍ତି ଅଟେ ଅମୂଲ୍ୟ ସମ୍ପଦ ସଂସାର ରେ କିଛି ନାହିଁ

ମାଆ ବାହୁ ତଳେ ଆଶ୍ରୟ କରିଲେ ବିପଦ ଯିବ ଦୂରେଇ।

 

ମାଆ ଙ୍କ କରୁଣା ପାଇ ରାମଚନ୍ଦ୍ର ରାବଣ କଲେ ବିନାଶ

ଯୁଗେ ଯୁଗେ ମାଆ ସନ୍ତାନ ବତ୍ସଳା ମାଆ କୁ ମୋ ପ୍ରଣିପାତ।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା ,ଖୋର୍ଦ୍ଧା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା।

Sunil Chandra Nayak

Leave a Comment

error: Content is protected !!