ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଳ ଯାତ୍ରାର ରିଆତି ଯୋଜନାରୁ ବାଦ ପଡିଲେ ଦେଶର ବରିଷ୍ଠ ନାଗରିକ

ରିଆତି ଯୋଗୁଁ ରାଜସ୍ୱ ବୋଝ ବଢୁଥିବା ନେଇ ରେଳମନ୍ତ୍ରୀଙ୍କ ମତ

ପୂର୍ବରୁ ଦେଶର ୬୦ ବର୍ଷରୁ ଅଧିକ ବୟସର ଲୋକ ଅର୍ଥାତ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ୫୦ ପ୍ରତିଶତ ରିଆତି ମିଳୁଥିଲା

 ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବରିଷ୍ଠ ନାଗରିକଙ୍କୁ ମିଳୁଥିବା ରିଆତି ଆଉ ଆଗାମୀ ଦିନରେ ମିଳିବ ନାହିଁ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୁଧବାର ଦିନ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଛନ୍ତି । କହିରଖୁ କି କରୋନା ମହାମାରୀ ପୂର୍ବରୁ ଦେଶର ୬୦ ବର୍ଷରୁ ଅଧିକ ବୟସର ଲୋକ ଅର୍ଥାତ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ୫୦ ପ୍ରତିଶତ ରିଆତି ମିଳୁଥିଲା । ହେଲେ କରୋନା କାଳରେ ଦେଶରେ ଯେତେବେଳେ ରେଳ ସେବା ବନ୍ଦ ଥିଲା ସେତେବେଳେ ସରକାର ବରିଷ୍ଠ ନାଗରିକଙ୍କୁ ମିଳୁଥିବା ଏହି ରିଆତିକୁ ରଦ୍ଦ କରିଦେଇଥିଲେ । ହେଲେ ପୁଣି ରେଳସେବା ସ୍ୱାଭାବିକ ହେବା ପରେ ରଦ୍ଧ ହୋଇଥିବା ଏହି ରିଆତି ପୁଣି ବରିଷ୍ଠ ନାଗରିକଙ୍କ ପାଇଁ ଲାଗୁ କରାଗଲା ନାହିଁ । ଏନେଇ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି କି ଏବେ ଠାରୁ ଆଉ ବରିଷ୍ଠ ନାଗରିକଙ୍କୁ ରେଳ ସେବାରେ ରିଆତି ଦିଆଯିବ ନାହିଁ ।କେବଳ ସେତିକି ନୁହେଁ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି କି ଭାରତୀୟ ରେଳ ସେବାରେ ବରିଷ୍ଠ ନାଗରିକଙ୍କୁ ରିଆତି ପ୍ରଦାନ କରିବା ଦ୍ୱାରା ରାଜକୋଷ ଉପରେ ଏକ ବଡ ବୋଝ ପଡୁଛି । ତେଣୁ ଏହି ଯୋଜନାର ପୁନରୁଦ୍ଧାର ପାଇଁ କୌଣସି ଯୋଜନା ନାହିଁ ବୋଲି ରେଳମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । ଏପଟେ କେବଳ ସ୍ୱତନ୍ତ୍ର ବର୍ଗର ଲୋକଙ୍କ ପାଇଁ ଭଡା କ୍ଷେତ୍ରରେ ରିଆତି ସୁବିଧା ପୁନଃପ୍ରବର୍ତ୍ତିତ କରାଯାଇଛି । ଏଥିରେ ୪ ଟି ବର୍ଗର ଭିନ୍ନକ୍ଷମ, ୧୧ ଟି ବର୍ଗର ରୋଗୀ ଓ ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।ରେଳମନ୍ତ୍ରୀ କହିଛନ୍ତି କି ୨୦୧୭-୧୮ ମସିହା ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ରେଳ ସେବାରେ ଦିଆଯାଇଥିବା ରିଆତି ଯୋଗୁଁ ରାଜକୋଷ ଉପରେ ୧୪୯୧ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ବୋଝ ପଡିଛି । ଏହି ପରିମାଣ ୨୦୧୮-୧୯ ରେ ୧୬୩୬ କୋଟି ଏବଂ ୨୦୧୯-୨୦ ରେ ୧୬୬୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି କାରଣରୁ ରେଳବାଇ ତରଫରୁ କ୍ରୀଡାପ୍ରେମୀ, ଟ୍ରାନ୍ସଜେଣ୍ଡର, ଯୁଦ୍ଧ ସହିଦ ବିଧବା ଓ ବରିଷ୍ଠ ନାଗରିକଙ୍କ ଭଳି ୧୨ ଟି ବର୍ଗକୁ ଦିଆଯାଉଥିବା ରିଆତି ଭଡାକୁ କେବଳ ୩ ଟି ବର୍ଗରେ ସୀମିତ ରଖିଛନ୍ତି । ଏହାସହିତ ରେଳବାଇ ପକ୍ଷରୁ କୋଭିଡ ଆଳରେ ବରିଷ୍ଠ ନାଗରିକଙ୍କ ସମେତ ୫୩ ବର୍ଗର ଲୋକଙ୍କୁ ଟିକେଟରେ ମିଳୁଥିବା ରିଆତିକୁ ବନ୍ଦ କରିଦେଇଛନ୍ତି । ଏହା ଫଳରେ ରେଳବାଇ ୩୪୦୦ କୋଟି ଟଙ୍କା ଲାଭ ପାଇଥିବା କଥା କୁହାଯାଇଛି ।

କହିରଖୁ କି ଯେତେବେଳେ ସାରା ବିଶ୍ୱର ବିଭିନ୍ନ ଦେଶମାନେ ସେମାନଙ୍କ ଦେଶରେ ବରିଷ୍ଠ ନାଗରିକଙ୍କୁ ରିଆତି ଦେବା ସହ ଅତିରିକ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଷ୍ଟ୍ରର କର୍ତ୍ତବ୍ୟ ବୋଲି ଭାବୁଛି ସେତେବେଳ ମାତ୍ର ୧୫୦୦ କୋଟି ଟଙ୍କା ରୋଜଗାର କରିବାକୁ ଭାରତରେ ବରିଷ୍ଠ ନାଗରିକଙ୍କୁ ରେଳବାଇର ରିଆତି ଟିକେଟ ବନ୍ଦ କରିଦେବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

ଝରିଗାଁ ବ୍ଲକରେ ଲଗାଣ ବର୍ଷା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ

Sunil Chandra Nayak

Leave a Comment

error: Content is protected !!