ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚଙ୍କ ନିଆରା ପ୍ରୟାସ, ବଜାରବାସୀଙ୍କୁ ଅଳିଆ ବାହାରରେ ନ ପକେଇବା ପାଇଁ କଲେ ନିବେଦନ

ବାଲେଶ୍ଵର, ୨୧/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ସରପଞ୍ଚ ତୁଡିଗଡିଆ ବଜାର ବାସୀଙ୍କୁ ଅଳିଆ ଆର୍ବଜନା ବାହାରେ ନ ପକେଇବା ପାଇଁ କଲେ ସଚେତନ । ସରପଞ୍ଚ ମଦନ ମୋହନ ସାନ୍ତରା ଓ ଓ୍ବାଡ ପ୍ରତିନିଧି କୃଷ୍ଣଚନ୍ଦ୍ର ଧଡା, ଯୁଦ୍ଧିଷ୍ଟିର ମହାପାତ୍ର , ପ୍ରଭାକର ପଲେଇ, ବାସନ୍ତିଲତା ଦାସ, ସବିତା ବେହେରା, ବିନତି ପତି ପ୍ରମୁଖ ବଜାର ବାସୀଙ୍କୁ ଅଳିଆ ଆର୍ବଜନାକୁ ବାହାରେ ନ ପକାଇ କୁଣ୍ଡରେ ପକାଇବା ପାଇଁ ନିବଦେନ କରିଥିଲେ । ନିଜ ଦୋକାନ ସାମନାରେ ଏକ ଅଳିଆ କୁଣ୍ଡ ରଖି ସେଥିରେ ଅଳିଆ ପକାନ୍ତୁ । ତାହାକୁ ପଞ୍ଚାୟତ ନିଜସ୍ୱ ଉଦ୍ୟମରେ ସଂଗ୍ରହ କରିବ । ଏହି ଅବସରରେ ଜନସାଧାରଣ ତିନୋଟି ଅସୁବିଧା ଯାତ୍ରୀ ବିଶ୍ରାମଗାର , ଶୌଚାଳୟ ଓ ବଜାରର ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଦାବି ରଖିଥିଲେ । ଏହାକୁ ଶୀଘ୍ର ପୂରଣ କରିବେ ବୋଲି ସରପଞ୍ଚ ଶ୍ରୀ ସାନ୍ତରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମା

Sunil Chandra Nayak

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!