ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

ଚନ୍ଦାହାଣ୍ଡି 21/7(ମନିସ )-– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମରେ ଜଙ୍ଗଲୀ ଭାଲୁ ପଶିବା ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି l ଘଟଣା ସ୍ଥଳ ରେ ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଚନ୍ଦାହାଣ୍ଡି ଫରେଷ୍ଟର ପ୍ରଦୀପ କୁମାର ଦାଶ ଏବଂ ବନବିଭଗ ଟିମ ଭାଲୁ କୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ନେଇ ଫରେଷ୍ଟର ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି l ଜଙ୍ଗଲୀ ଭାଲୁ ଆହତ ଏବଂ ଭୟଭୀତ ହୋଇ ପଡି ପୂଜାରୀଗୁଡା ଖଲିଆବନ୍ଦ ଏକ ବାଉଁଶ ବୁଦାରେ ପଶି ଯାଇ ଥିବା ବନବିଭାଗ ଅନୁମାନ କରୁଛି l ରାତି ହେଲେ ଭାଲୁ ଯେପରି ବାହାର କୁ ବାହାରି ମନୁଷ୍ୟ କୁ ଆକ୍ରମଣ ନ କରେ ସେଥିପାଇଁ ବନ ବିଭାଗ ଜଗିକି ରହିଛି l ଭାଲୁ କୁ ସେଠାରୁ ସୁରକ୍ଷା ଭାବରେ ବାହାର କରି ଚିକିତ୍ସା କରିବା ପାଇଁ ସାଧାରଣ ରେ ଦାବୀ କରାଯାଇଛି l ଯଦି ଭାଲୁ ଲୋକଙ୍କ ଭୟରେ ରାତିରେ ନଯାଏ ତେବେ କାଲି ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ତ୍ରାଙ୍ଗୁଲାଇଜର ଦିଆଯାଇ ଭାଲୁ ଉଦ୍ଧାର କରାଯିବ ବୋଲି ଚନ୍ଦାହାଣ୍ଡି ବନପାଳ କହିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

Leave a Comment

error: Content is protected !!