ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ରୋହେନପଦର ଠାରେ ଚୋରି ଟ୍ରକ କାଟି କବାଡି ରେ ବିକ୍ରି ଉଦ୍ୟମକୁ ଭଣ୍ଡୁର କଲେ ଛତିଶଗଡ଼ ଏବଂ ଖଡ଼ିଆଳ ପୋଲିସ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗ୍ରାମ ରେ ଥିବା ଏକ କ୍ରସର ରେ ରାୟପୁର ଠାରୁ ଚୋରି ହୋଇଥିବା ଟ୍ରକ କୁ ଆଣି କାଟୁଥିଲେ। ଏହି ଟ୍ରକ କୁ କବାଡି ରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣାପଡିଅଛି। ଗତ ୧୪ ତାରିଖ ଦିନ ରାୟପୁର ଜଣେ ଟ୍ରକ ମାଲିକ ଘରେ ଟ୍ରକ ରଖି ଶୋଇବାକୁ ଯାଇଥିଲେ। ରାତ୍ରିରେ ଟ୍ରକ ଚୋରି ହୋଇଥିଲା। ଏହି ଟ୍ରକ ଚୋରି ଘଟଣା ଅଭିଯୋଗ ପରେେ ପୋଲିସ   ତଦନ୍ତ ଆରମ୍ଭ କରିଥିଲେ ଚୋରି କରିଥିବା ଚାଳକ ମୋବାଇଲ ଟ୍ରେସ ରେ ତଦନ୍ତ ଆରମ୍ଭ ହୋଇଥିଲା। ଖଡ଼ିଆଳ ତାରାତାରିଣୀ ହୋଟେଲ ଠାରୁ ନଂମ୍ବର ବିହୀନ ଜିଏଲୋଓ ଗାଡି ରେ ୨ ଜଣଙ୍କୁ ଅପହରଣ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଛତିଶଗଡ ପୋଲିସ ଟ୍ରକ ଚାଳକ ଏବଂ ତାଙ୍କ ସହ କଥା ହେଉଥିବା ବ୍ୟକ୍ତିଙ୍କୁ ଉଠାଇଥିଲେ। ରୋହେନପଦର ଗ୍ରାମ ଠାରେ ଟ୍ରକ କାଟିବା ସ୍ଥଳକୁ ପହଞ୍ଚି ଥିଲେ। ସେଠାରେ ଗ୍ୟାସ ଦ୍ବାରା ଟ୍ରକ କୁ କାଟିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଯେଉଁ କ୍ରସର ରେ ଟ୍ରକ କଟାଯାଉଥିଲା ସେହି କ୍ରସର ମାଲିକ ସହ ଏଗ୍ରିମେଣ୍ଟ ମଧ୍ୟ ହୋଇନାହିଁ। ଆନ୍ତରାଜ୍ୟ ଡ଼କାୟତ ଦଳ କୁ ଠାଵ କରିଥିବା ବେଳେ ଏହି ବ୍ୟକ୍ତିଙ୍କ ନାମରେ ବ୍ୟାପକ ଚୋରି ମାମଲା ଥିବା ଛତିଶଗଡ଼ ପୋଲିସ ପ୍ରକାଶ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାଳ ମଧ୍ୟରୁ ମାନସିକ ଅନଗ୍ରସର ଯୁବକ ଉଦ୍ଧାର : ଅଳ୍ପକେ ବଞ୍ଚିଗଲା ଜୀବନ

Sunil Chandra Nayak

ବୋଡ଼େନ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

Sunil Chandra Nayak

Leave a Comment

error: Content is protected !!