ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ଯୁତ ବିଲ ପୈଠରେ ବିଳମ୍ବ , ବସୁଧା ଜଳଯୋଗାଣ ବିଦ୍ଯୁତ କାଟ, ଜଳଯୋଗାଣ ଠପ୍

ଥୁଆମୂଳ ରାମପୁର:୨୧/୭- ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ,ଗରିବ ଲୋକଙ୍କୁ ବିଦ୍ଯୁତ ଓ ଜଳ ଯୋଗାଣ ବ୍ଯବସ୍ଥା କରାଯିବ। ସେନେଇ ଅନେକ ସ୍ଥାନରେ ବସୁଧା ଜଳଯୋଗାଣ କରାଗଲା। ଲୋକେ ଆନନ୍ଦ ସହକାରେ ଜଳ ବ୍ଯବହାର କରିବା ସହିତ ମାର୍ସିକ ବିଲ ଗ୍ରାମପଞ୍ଚାୟତ କୁ ପୈଠ କରି ଆସୁଥିଲେ। କିନ୍ତୁ ହଠାତ୍ ମୋଟର ଠାରୁ ବିଦ୍ଯୁତ କାଟିଥିବା ଯୋଗୁଁ ଲୋକେ ବସୁଧା ଜଳଯୋଗାଣ ଠାରୁ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମପଞ୍ଚାୟତ ତରଫରୁ ଅର୍ଥ ଆଦାୟ କରାଯାଉଥିବା ବେଳେ ହଠାତ ବିଦ୍ଯୁତ ବିଭାଗ ବସୁଧା ଜଳଯୋଗାଣ ମୋଟରରେ ସଂଯୋଗ ହୋଇଥିବା ବିଦ୍ଯୁତ କୁ କାଟିଦେଲେ।ଯାହାଫଳରେ ବସୁଧା ଜଳଯୋଗାଣ ବନ୍ଦ ରହିଛି। ଏହାଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବଡଛତରଙ୍ଗ ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମରେ। ସୂଚନା ଅନୁସାରେ ଜଣାପଡିଛି ଯେ,ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ପ୍ରାୟ ଲାଗି ରହୁଥିଲା,ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ବସୁଧା ଜଳଯୋଗାଣ ପ୍ରକଳ୍ପ ରୁ ସିଧାସଳଖ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇ ଆସୁଥିଲେ। କିଛି ଦିନ ପରେ ବିଦ୍ଯୁତ କାଟ ଯୋଗୁଁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବାଧାସୃଷ୍ଟି ହୋଇଅଛି। ଏହା ପ୍ରାୟ ୧୫ ଦିନ ହେବ ଲୋକେ ପାନୀୟ ଜଳ ପାଇବାରରୁ ବଞ୍ଚିତ ରହିଥିବା ପ୍ରକାଶ କରିଛନ୍ତି। ଏବେ ବର୍ଷା ସମୟ ଚାଲିଛି ଏହି ସମୟରେ ବିଦ୍ଯୁତ ବିଭାଗ ହଠାତ୍ ମୋଟରରେ ସଂଯୋଗ ବିଦ୍ଯୁତ କାଟିବାର ଉଚିତ୍ ନଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି। ବିଦ୍ଯୁତ ବିଭାଗ ସିଧାସଳଖ ଗ୍ରାମପଞ୍ଚାୟତ ସହ ଯୋଗାଯୋଗ କରି ଲୋକଙ୍କୁ ଜଳଯୋଗାଣ ବ୍ଯବସ୍ଥା କରିପାରିଥାନ୍ତେ, ହେଲେ ସେବିଷରେ ଚିନ୍ତା ନକରି ହଠାତ୍ ବିଦ୍ଯୁତ କାଟି ଦିଆଗଲା ତେଣୁ ଜଳଯୋଗାଣ ବନ୍ଦ ରହିଗଲା ଯାହାଫଳରେ ଲୋକେ ହିଁ ଅସୁବିଧା ଭୋଗିବାକୁ ବାଧ୍ୟ ହେଲେ। ଗ୍ରାମପଞ୍ଚାୟତ ଓ ବିଦ୍ଯୁତ ବିଭାଗ ଉଭୟଙ୍କ କଥାବାର୍ତ୍ତା ରେ ସବୁକିଛି ସମାଧାନ କରିବା ବଦଳରେ ସିଧାସଳଖ ଲୋକଙ୍କ ଉପରେ ବୋଝ ଲଦି ଦିଆଯାଇଛି। ପାନୀୟ ଜଳ ପାଇଁ ଲୋକେ ବାଧ୍ୟ ହୋଇ ବର୍ଷା ସମୟରେ ଅନ୍ଯାନ୍ଯ ଦୁଷିତ ଜଳ ବ୍ଯବହାର କରି ଅଜଣା ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା କୁ ଏଡେଇ ଦିଆଯାଇ ନପାରେ। ତେବେ ଅଘଟଣ ନଘଟିବା ପୂର୍ବରୁ ବସୁଧା ପାନୀୟ ଜଳ ଯୋଗାଣରେ ଥିବା ମୋଟରକୁ ବିଦ୍ଯୁତ ସଂଯୋଗ ସହ ଜରୁରୀ ମନେ କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାନେଇ ଦାବି ହେଉଅଛି

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak

ଭାରସାମ୍ୟ ହରାଇ ପଥରରେ ପିଟିହେଲେ ବାଇକ ଚାଳକ : ଗାଡି ଚାଳକଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି

Sunil Chandra Nayak

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!