ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନତା କଥାବସ୍ତୁ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ ଶେଷ

କୋକସରା,୨୨/୭-( ମ ନି ସ) କାରୁଣ୍ଡ ପ୍ରଡକ୍ସନ ପ୍ରଯୋଜନା ରେ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ କୋକସରା ବ୍ଲକର ଆମପାଣି ପଞ୍ଚାୟତ ର ବଣ ପାହାଡ଼ ଘେରା ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଆମପାଣି ନୂଆପଡା ଗାଁ ନିକଟରେ ୨ ଦିନ ରେ ଶେଷ ହୋଇଛି। ଆମପାଣି ଅଞ୍ଚଳ ର ଆରାଧ୍ୟ ଦେବ ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସୁଟିଂ ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳରେ ଦେଶୀ ମଦ ଯୋଗୁଁ କେମିତି ପରିବାର ମଧ୍ୟରେ ଅଶାନ୍ତି ସହ ପରିବାର ନଷ୍ଟ ହେଉଛି ଏହି କଥାବସ୍ତୁ କୁ ନେଇ ଜନସାଧାରଣ ଙ୍କୁ ସଚେତନତା କରିବା ଏହି କ୍ଷୁଦ୍ର ଚଳଚ୍ଚିତ୍ର ର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କ୍ଷୁଦ୍ର ଚଳଚ୍ଚିତ୍ର ଟିକୁ ପ୍ରଶାନ୍ତ ମୁନି ରଚନା କରିଥିବା ବେଳେ ପ୍ରଦୀପ ଡି. ମାଝୀ ନିର୍ଦେଶନା ଦେଇଛନ୍ତି। ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା କଳାକାରଙ୍କୁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ଲୋକ ଲୋଚନକୁ ଆଣିବା ମଧ୍ୟ ଲକ୍ଷ୍ୟ ରହିଥିବା ନେଇ କାରୁଣ୍ଡ ପ୍ରଡ଼କ୍ସନ ପକ୍ଷରୁ କୁହାଯାଇଛି। କ୍ଷୁଦ୍ର ଚଳଚ୍ଚିତ୍ରରେ କଳାକାର ଭାବେ ବରିଷ୍ଠ କଳାକାର ଗୋବର୍ଦ୍ଧନ ବାଗ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରି, ଦୟାନିଧି ନାଏକ, ବିନୋଦ ସିଂ, ବ୍ରଜ ମୋହନ ପୁଝାରି, ଦୁଷ୍ମନ୍ତ ଦାସ, ପିଣ୍ଟୁ ଦାସ, ପ୍ରୀତି ରାଉତ, ଶିଶୁ କଳାକାର ମିକୁ ନିଖୁଣ ଭାବେ ଅଭିନୟ କରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରି ପାନି ହାଏ ହାଏ” ଆଗାମୀ କିଛିଦିନ ମଧ୍ୟରେ ଶୁଭମୁକ୍ତି ହେବ ।ଏହି କଥାବସ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ମନକୁ ଛୁଇଁବ ବୋଳି ପ୍ରଯୋଜନା ସଂସ୍ଥା ର ନିର୍ଦେଶକ ସୁଚନା ଦେଇଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂରେ ନୂଆପଡା ଗ୍ରାମବାସୀ ସହଯୋଗ କରିଥିଲେ।

Related posts

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ଆରଏସପି କତ୍ତୃପକ୍ଷ-ଠିକା ସଂସ୍ଥା ସହ ମଧୁଚନ୍ଦ୍ରିକା, ଶୋଷିତ ହେଉଛନ୍ତି ଠିକା ଶ୍ରମିକ…

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!