ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନ ଦ୍ବିପହରରେ ବ୍ଯାଙ୍କ ଡକାୟତି

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକ ଠାରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ଦିନ ଦ୍ବିପହରରେ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟାଙ୍କ ଡକାୟତି । ଟଙ୍କାର ପରିମାଣ ଜଣା ପଡିନଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଦିନ ୧.୩୦ ମିନିଟ ସମୟରେ ଆଠ ଜଣ ଦୁର୍ବୁତ ହଠାତ୍ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭିତରେ ପଶି ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ପ୍ରଥମେ ଭୟଭୀତ କରିଥିଲେ । ପରେ ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ସମସ୍ତଙ୍କୁ ପାଇଖାନା ଭିତରେ ଭର୍ତ୍ତି କରି ଦେଇ ବ୍ୟାଙ୍କ ଲୁଟ୍ କରି ଫେରାର ହୋଇ ଯାଇଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୁତ ମାନେ ଦୁଇଟି ବାଇକ ସହିତ ଏକ ବୋଲେରୋ ଗାଡ଼ିରେ ଆସିଥିବା ବେଳେ ବ୍ୟାଙ୍କ ଭିତରକୁ ଆଠଜଣ ଯାଇଥିଲେ । ଅନ୍ୟମାନେ ରାଜରାସ୍ତାରେ ପ୍ରସ୍ତୁତ ରହିଥିଲେ । ତେବେ ସମସ୍ତେ ବଙ୍ଗଳା ଭାଷାରେ କଥା ବାର୍ତ୍ତା ହେଉଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

କେବିସି ବିଜେତା ନାମରେ ଠକେଇ ଅଭିଯୋଗ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

Leave a Comment

error: Content is protected !!