ସିଏ ଟି ଜଗତ ନାଥ
କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ଯାହାର ରୁପଟି ଜଗତରେ ସାର
ଯିଏ ଅନାଥର ନାଥ
ମାଧବ ଅଚ୍ୟୁତ ଭକତର ବିତ୍ତ
ସିଏ ଟି ଜଗତ ନାଥ l(ଘୋଷା)l
ଚକାଆଖି ତା’ର ଯିଏଟି ଦେଖଇ
ମନ ଲାଖିଯାଏ ତା’ର
କଳା ବଦନରେ ନାଲି ଅଧରଟି
ଦିଶେ ଅତି ମନୋହର
ଯାହାର ଆଖିରେ ଆଖି ମିଶି ଗଲେ
ହୁଅଇ ସୁଗମ ପଥ
ସିଏ ଟି …………..l(୧)l
ଜଗତ ଜନନୀ ରମା ଯା ଘରଣୀ
ଅର୍ଜୁନ ଜାୟା ଭଗିନୀ
ବଡଜୀଉ ଯା’ର ବଡ ଭାଇ ରୂପେ
ବିରାଜମାନ ଧରଣୀ
ଯାହାର ଘରଟି ଓଡିଶା ଦେଶରେ
ଯିଏ ଅନାଥର ନାଥ…
ସିଏ ଟି…………l(୨)l
ଯାହାର ମହିମା ଦେବେ ଅଗୋଚର
ଯିଏ ଅନାଦି ଈଶ୍ୱର
ଭକତି ଭାବରେ ଯିଏ ମିଳିଥାଏ
ସେହି ମୋ କଳା ଠାକୁର
ଯା’ ନାମ ଜପିଲେ ମୁକତି ମିଳଇ
ଚମକି ଉଠଇ ମାଥ
ସିଏ ଟି…………..l(୩)l
ଫୁଲବାଣୀ, କନ୍ଧମାଳ