ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଜଗତ ନାଥ

ସିଏ ଟି ଜଗତ ନାଥ

କବି ସୌରଭ

ବୈଜୟନ୍ତୀ ମାଳା ମହାପାତ୍ର

ଯାହାର ରୁପଟି ଜଗତରେ ସାର
      ଯିଏ ଅନାଥର ନାଥ
ମାଧବ ଅଚ୍ୟୁତ ଭକତର ବିତ୍ତ 
   ସିଏ ଟି ଜଗତ ନାଥ l(ଘୋଷା)l     
ଚକାଆଖି ତା’ର ଯିଏଟି ଦେଖଇ
     ମନ ଲାଖିଯାଏ ତା’ର
କଳା ବଦନରେ ନାଲି ଅଧରଟି
      ଦିଶେ ଅତି ମନୋହର
ଯାହାର ଆଖିରେ ଆଖି ମିଶି ଗଲେ
ହୁଅଇ ସୁଗମ ପଥ
ସିଏ ଟି …………..l(୧)l
ଜଗତ ଜନନୀ ରମା ଯା ଘରଣୀ
     ଅର୍ଜୁନ ଜାୟା ଭଗିନୀ
ବଡଜୀଉ ଯା’ର ବଡ ଭାଇ ରୂପେ
      ବିରାଜମାନ ଧରଣୀ
ଯାହାର ଘରଟି ଓଡିଶା ଦେଶରେ
ଯିଏ ଅନାଥର ନାଥ…
ସିଏ ଟି…………l(୨)l
ଯାହାର ମହିମା ଦେବେ ଅଗୋଚର
      ଯିଏ ଅନାଦି ଈଶ୍ୱର
ଭକତି ଭାବରେ ଯିଏ ମିଳିଥାଏ
     ସେହି ମୋ କଳା ଠାକୁର
ଯା’ ନାମ ଜପିଲେ ମୁକତି ମିଳଇ 
ଚମକି ଉଠଇ ମାଥ 
ସିଏ ଟି…………..l(୩)l

     ଫୁଲବାଣୀ, କନ୍ଧମାଳ

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶ୍ରୀୟାଚାଣ୍ଡାଳୁଣୀ

Sunil Chandra Nayak

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!