ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ..ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

କଳାହାଣ୍ଡି ଜିଲା ଜୁନାଗଡ଼-ଧର୍ମଗଡ଼ ମଧ୍ୟରେ ଥିବା ହାଲେର ଯୋରରେ ଶନିବାର ବନ୍ୟା ପାଣି ଆସି ପୁଣି ଆପ୍ରୋଚ ପୋଲକୁ ଧୋଇନେଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଗତ ୧୨ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ହାଲେର ଯୋର ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା। ଫଳରେ ୪ଦିନ ଧରି ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦ ସି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ୪ ଦିନ ପରେ ସେଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯିବାରୁ ୧୬ତାରଖରୁ ଏହି ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଥିଲା। ହେଲେ ଏହାର ୭ ଦିନ ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତ ୨ ଦିନ ଧରି ଲଗାଣ ବର୍ଷା ଫଳରେ ହାଲେର ଯୋରରେ ପାଣି ବଢିବାରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଛି। ଏପଟେ ନୂତନ ପୋଲ କାମ ବିଳମ୍ବ ଏବଂ ଅଧାପନ୍ତରିଆ ହୋଇଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ରାସ୍ତାଟି ଜାତୀୟ ରାଜପଥ ହୋଇଥିବା ବେଳେ ଏହା ଛତିଶଗଡ଼ ରାଜ୍ୟର ଦେଭୋଗକୁ ମଧ୍ୟ ସଂଯୋଗ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଷମ କଟକ ପୋଲିସ କୁ ବଡ ସଫଳତା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

Leave a Comment

error: Content is protected !!