ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

   ବେଣୁଧର ସୂତାର

ରଙ୍ଗମୟ ଥିଲାଏଜୀବନ ସ୍ଵପ୍ନ
ପ୍ରୀତିଭରା ସାତ ସୁର କାହାଣୀ
ଏବେବି ରହିଛି ସ୍ମୃତି ପଟଳରେ
ଅଭୁଲା ଅତୀତ କଥା କାହାଣୀ
ଏମନରେ ମାୟା ଦେଇଛି ଭରି
ଅନ୍ତହୀନ ଆଜି ଅନ୍ତର ବେଦନା
ବୁକୁତଳେ ଉଠେ କୋହ ଲହରି ।।
ଭରସା ବିହୀନ ଏପାନ୍ଥ ଶାଳାରେ
ଦୂର ଅତୀତକୁ ମନେ ପକାଇ
ସବୁ ସ୍ଵପ୍ନ ଆଉ କଳ୍ପନା ଜଳ୍ପନା
ଶୂନ୍ୟତା ଭିତରେ ଯାଏ ମିଳାଇ
ଅତୀତ ପାଲଟେ ଅନ୍ଧାର ଗଡ଼
ବୟସର ଏଇ ଉତ୍ତର ଅୟନେ
ଆସଇ ଜୀବନେ ଅଦିନ ଝଡ଼ ।।
ପ୍ରହେଳିକା ମୟ ଜୀବନ ରାସ୍ତାରେ
ପାପକ୍ଳିଷ୍ଠ ଭରା କୃର କାମନା
ଆଶା ଅଭୀପ୍ଷାର ସୁନେଲି ସ୍ବପ୍ନରେ 
ମରୀଚିକା ସିନା ମିଥ୍ଯା ସାନ୍ଵନା
ଅବଶ ଏମନ ବିବଶ ସିନା
ଅଦୃଶ୍ୟ ଭାଗ୍ୟର ଅକୁହା କାହାଣୀ
କପାଳ ଲିଖନେ ଏ ବିଡ଼ମ୍ଵନା ।।
ଯୌବନ ମାଦକ ମଦିରା ପାନରେ
ଭୁଲି ଯାଏ ନର ନିଜ ପୌରୁଷ
ମହା ଶୁନ୍ୟତାର ନିବିଡ଼ ଆଶ୍ଳେଷ
ଜୀବନ ଲାଗଇ ଜୀର୍ଣ୍ତ ଊଦାସ
ଲୋଳିତ ଚର୍ମରେ ଝୁଲେ ଆୟୁଷ
ତୁଟିଛି ମନର ଆଶାଓ ବିଶ୍ଵାସ
ପ୍ରାଣ ଲୋଡ଼ ଭବ ମୁକ୍ତି ପୀୟୂଷ ।।
ନିଃସଙ୍ଗ ଜୀବନ ଆଜିଦିଶାହୀନ
ଅନ୍ତରରେ ଭରେ ଗଭୀର କ୍ଷତ
ଏମାୟା ସଂସାରୁ ମୁକ୍ତିର ନିଦାନ
ହରିନାମ ରସ ଭାବ ଅମୃତ
ପାନରେ ଲଗାଅ ମନ ନିରତ
ପବିତ୍ର ଭକ୍ତିର ଭାବପ୍ରୀତି ଡୋରେ
ମନହେଉ ସଦା ଚରଣାଶ୍ରିତ ।।

କେଶଦୁରାପାଳ କେନ୍ଦୁଝର

Related posts

ଗ୍ଲାମ ଅପ ର ବିଜେତା ହେଲେ ଅଧ୍ୟାପିକା ସସ୍ମିତା ଜେନା

Sunil Chandra Nayak

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା ଗୋଲାପ

Leave a Comment

error: Content is protected !!