ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଯୁବ ହଷ୍ଟେଲସ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର

ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ କେୟାର ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଯୁଵ ହଷ୍ଟେଲସ ପରିସରରେ ଅନୁଷ୍ଠିତ ହୋଇଯାଇଛି। କରୋନା ଅନ୍ତରାଳ ରେ ସ୍ବାସ୍ଥ୍ୟ ସମ୍ପନ୍ନ ରହିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଦୁରାରୋଗ୍ୟ ରୋଗ କୁ ପ୍ରତିହତ କରିବା ଲକ୍ଷ୍ୟରେ ଆୟୋଜନ କରାଯାଇଥିବା ଏହି ସ୍ବାସ୍ଥ୍ୟ ସେବା ଶିବିର କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ ଏସ ପି ର ସ୍ବାସ୍ଥ୍ୟ ସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡ଼ଃ ବି କେ ହୋତା ଉଦଘାଟନ କରିବା ସହିତ ଏହି ଶିବିର ର ଶୁଭକାମନା କରିଥିଲେ ଏବଂ ଯୁବ ହଷ୍ଟେଲସ ର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆର୍ ଏସ ପି ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ କହିଲେ ଯେ କରୋନା ର ୪ର୍ଥ ଲହରୀ ସମୟରେ ଏଭଳି ସ୍ବାସ୍ଥ୍ୟ ସେବା ଶିବିର ସମୟୋପଯୋଗୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ବାସ୍ଥ୍ୟ ସେବା ଶିବିର ରେ କେୟାର ହସ୍ପିଟାଲ ର ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ ପରିଡ଼ା,ବାରିଆଟିକ ସର୍ଜନ ଡାକ୍ତର ତାପସ ମିଶ୍ର, ହୃଦରୋଗ ବିଶେଷଜ୍ଞ ବିକ୍ରମ କେଶରୀ ମହାପାତ୍ର, ଡାକ୍ତର ଏସ ଆର୍ ସାହୁ ଏବଂ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ସୁନୀତା ସାମଲ ଯୋଗଦେଇ ୨୨୩ ରୋଗୀ ଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ଅବସରରେ ରୋଗୀ ମାନଙ୍କର ବିଭିନ୍ନ ଅତ୍ୟାବଶ୍ୟକ ପରୀକ୍ଷା ମଧ୍ୟ କରାଯାଇଥିଲା। କୋଭିଡ ଗାଇଡ ଲାଇନ ମୁତାବକ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ ପୂର୍ବକ ଏହି ସ୍ବାସ୍ଥ୍ୟ ସେବା ଶିବିର ପରିଚାଳନା କରାଯାଇଥିଲା। ଏହି ଅବସରରେ ଯୁବ ହଷ୍ଟେଲସ ର କର୍ମକର୍ତ୍ତା ସର୍ବଶ୍ରୀ ଗଣେଶ ପ୍ରସାଦ ବାଗେଡିଆ, ବୁଦ୍ଧଦେବ ବାସୁ,ଭାରତ ଭୂଷଣ ମହାନ୍ତି, ପ୍ରତାପ କୁମାର ସ୍ବାଇଁ,ରବି ଦାସ, ନିରଞ୍ଜନ ବେହେରା, ନୀଳମଣି ମହାପାତ୍ର, ସରୋଜ କୁମାର ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା, ଆଶିଷ ବିଶ୍ରା ହେମ୍ରମ, ପଙ୍କଜ କୁମାର ପାଢ଼ୀ,ସଲୀଳ ସାହୁ ,ସମରକାନ୍ତ ମଲ୍ଲିକ,ପି ବି ସାଜି, ଅଭିଷେକ ପଟ୍ଟନାୟକ, ରଞ୍ଜନ କୁମାର ବାରିକ,ସୁଚିତ୍ରା ମଲ୍ଲିକ, ଗୈାରି ବାସୁ, ଉର୍ମିଳା ଦାସ, ଶାନ୍ତା କୋଲା, ଇନ୍ଦିରା ପଟ୍ଟନାୟକ, ମିନାକ୍ଷୀ ପାଢ଼ୀ, ଅରୁନ୍ଧତୀ ସ୍ବାଇଁ,କାପ୍ରା ହାଁସଦା, ସନ୍ଧ୍ୟାରାଣୀ ସ୍ବାଇଁ, ନିର୍ମଳ କୁମାର ଦାସ ଓ କେୟାର ହସ୍ପିଟାଲ ର ପ୍ରତିନିଧି ସୁଶାନ୍ତ ବାଗ ଓ ଦୀପକ ଚୌଧୁରୀ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ବେ ସ୍ବାସ୍ଥ୍ୟ ସେବା ଶିବିର ର ସଫଳତା ନେଇ ସମସ୍ତ ରୋଗୀ ତଥା ତାଂକ ପରିବାର ବର୍ଗ ଡାକ୍ତର ଗଣ,ପାରା ମେଡିକାଲ ଷ୍ଟାଫ୍ ଓ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯୁବ ହଷ୍ଟେଲସ ର ସମ୍ପାଦକ ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ‌‌

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ୧୨ ବର୍ଷର ବାଳକ ତସବିର୍

Sunil Chandra Nayak

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

ରାଇରଙ୍ଗପୁରରେ ବିଶ୍ବ ରକ୍ତଦାତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!