ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

ଢେଙ୍କାନାଳ ଜିଲ୍ଲାସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ବନ୍ଦନ କୁମାର ବେହେରାଙ୍କ ସଭାପତିତ୍ୱରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କର ନିଯୁକ୍ତି ନିୟମ ଉଚ୍ଛେଦ ଦାବିରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି l ଉକ୍ତ ସଭାରେ ଜିଲ୍ଲାର ଉପ ସଭାପତି  ଶ୍ରୀଯୁକ୍ତ ସୁଭାଶିଷ ମହାପାତ୍ର ଓ ସମ୍ପାଦକ ଯଶୋବନ୍ତ ମହାପାତ୍ର ତଥା ଅନ୍ୟ ସମସ୍ତ ଜିଲ୍ଲାସ୍ତରୀୟ କର୍ମଚାରୀବୃନ୍ଦ ଉପସ୍ଥିତ ରହିବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସ୍ତାବମାନ ଗୃହୀତ କରାଯାଇଥିଲା l ଯଥା- ଶ୍ରୀ ବିନୟ କୁମାର ନାୟକଙ୍କ ମତ ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ନିୟମ ଉଛେଦ କରିବା ପାଇଁ ସମସ୍ତେ ଏ ଦିଗରେ ନିଜର ନିଜସ୍ୱ ଦାବି ସରକାରଙ୍କଠାରେ ଉପସ୍ଥାପନା କରିବା ଏବଂ ତ୍ଵରିତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଆପତ୍ତି କରିବା ଏବଂ ଏ ଦିଗରେ କେଉଁ କେଉଁ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ତାହା ଶ୍ରୀଯୁକ୍ତ ବନ୍ଦନ କୁମାର ବେହେରା ଉକ୍ତ ସଭାରେ ଆଲୋଚନା କରିଛନ୍ତି l ଯଥା – ଏ ଦିଗରେ ଜିଲ୍ଲାପାଳଙ୍କୁ ଅବଗତ କରିବା ତଥା କର୍ମଚାରୀ ମାନଙ୍କ ଦାବିପତ୍ର କିପରି ସରକାରଙ୍କ ଦୃଷ୍ଟିଗୋଚର ହେବ ସେ ସମ୍ବନ୍ଧରେ ବିହିତ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ଏବଂ ମହାସଂଘର ଆଗାମୀ ରଣନୀତି ସମ୍ପର୍କରେ ଅବଗତ କରାଇବା ଇତ୍ୟାଦି ଏବଂ ଏହି ଆନ୍ଦୋଳନରେ ଯୋଗଦେବା ନିମନ୍ତେ ଆହ୍ୱାନ ମଧ୍ୟ କରିଥିଲେ l ଶେଷରେ ସଭାରେ ଉପସ୍ଥିତ ସମସ୍ତ କର୍ମଚାରୀବୃନ୍ଦ ସଭାପତିଙ୍କୁ ଧନ୍ୟବାଦ ଦେବା ପୂର୍ବକ ସଭାକୁ ଶେଷ କରାଯାଇଥିଲା ।

 ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

 

Related posts

ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳା

Sunil Chandra Nayak

ମା କୁ ଦେଖିବାକୁ ଯିବାବେଳେ ଅଘଟଣ , ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର

Sunil Chandra Nayak

କୋକସରା ଠାରେ ଖରିଫ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!