ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ସାରାବଙ୍ଗ ଠାରେ ବିଜୁଳି ମହୋତ୍ସବ ପାଳିତ, ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ

ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ ଗ୍ରାମପଂଚୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ବିଜୁଳି ମହୋତ୍ସବ ପାଳିତ, ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ, ପାୱାର-୨୦୪୭ ପାଳିତ ହୋଇଯାଇଅଛି। ଏହି ଉତ୍ସଵ ରେ ବିଜୁଳି ମନୁଷ୍ୟ ଜୀବନ ପାଇଁ ଆଵଶ୍ୟକତା ତାର ସୁରକ୍ଷା ଏବଂ ବିଦ୍ୟୁତ ସମସ୍ତ ଗ୍ରାମକୁ ପହଞ୍ଚି ଅଛି ବୋଲି ଅତିଥିମାନେ ମତପୋଷଣ କରିଛନ୍ତି। ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଲୟ ପକ୍ଷରୁ ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ବିଜୁଳି ମହୋତ୍ସବ ଉଜ୍ଜଲ ଭାରତ ଉଜ୍ଜଳ ଭବିଷ୍ୟତ ପାଳନ କରିଛନ୍ତି। ବିଜୁଳି ସମସ୍ତ ଗ୍ରାମକୁ ପହଁଞ୍ଚି ଥିବା ବେଳେ ସମସ୍ତେ ଆଧୁନିକ ଭାରତର ଲାଭ ଉଠାଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶ ମଧୁଛନ୍ଦା ସାହୁ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ନନ୍ଦ,ପ୍ରକଳ୍ପ ବିଭାଗୀୟ ଯନ୍ତ୍ରୀ ରଜତ କୁମାର ମହନ୍ତ, ସାରାବଙ୍ଗ ସରପଞ୍ଚ, ସାରାବଙ୍ଗ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟୁତ ଦ୍ବାରା ଅଳ୍ପ ସମୟରେ ସମଗ୍ର ଭାରତ ସହ ଯୋଡି ହେଉଥିବା ଆଜାଦ କି ଅମୃତ ମହୋତ୍ସବ ଅନ୍ତର୍ଗତ ୨୫ ଜୁଲାଇ ରୁ ୩୦ ଜୁଲାଇ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳିତ ହେଉଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତର ଭାଇ ଜିଉଁନ୍ତିଆ ଉପଲକ୍ଷେ ନାଟକ ପ୍ରଦର୍ଶନ

Sunil Chandra Nayak

ଯୁବ ହଷ୍ଟେଲସ ର ଶହୀଦ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!