ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

ପାପଡାହାଣ୍ଡି,୨୬ / ୭, — ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ମଙ୍ଗଳବାର ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ଏକ ଦିବସିୟ ତାଲିମ ଶିବିରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝି ଅଧ୍ୟକ୍ଷତା କରି ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚ ମାନେ ଦାୟିତ୍ଵବାନ ହୁଅନ୍ତୁ ବୋଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଆହ୍ଵାନ ଦେଇ ଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଶିକ୍ଷଣ ଉଦେଶ୍ୟଜ୍ଞାମ୍ପନ କରିବା ସହିତ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ବିଶଦ ଭାବରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାପଡାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ ନିଜର ବ୍ଲକକୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବରେ ଗଢି ତୋଳିବା ପାଇଁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ନିଜର ବକ୍ତବ୍ୟରେ ସମସ୍ତ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଥଲେ । ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ମନୋରମା ମାଝି ଓ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ବ୍ଲକର ସମସ୍ତ ସରପଞ୍ଚ ଓ ସୁପରଭାଇଜର ମାନେ ଆଲୋଚନାରେ ଅଂଶଗ୍ରହଣ କରି ଶିଶୁ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ପ୍ରୋବେଶନ ଅଫିସର କିଶୋର ଚନ୍ଦ୍ର ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ |ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ |

Related posts

ବୋଟ ଆମ୍ବୁଲାନ୍ସ ମିଳିଲା କିନ୍ତୁ ମିଳିଲାନି 108 ଆମ୍ବୁଲାନ୍ସ କି ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନାରେ ଚିକିତ୍ସା

Sunil Chandra Nayak

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!