ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ଥାନା ! ଦନ୍ତା ଆକ୍ରମଣରେ ବୃଦ୍ଧ ଚାଷୀ ମୃତ 

ମୟୂରଭଞ୍ଜ – ୨୭/୭/୨୨ (ମସିହା) ଦିନକୁ ଦିନ ହାତୀ ମଣିଷ ଲଢେଇ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ସ୍ଥାନରେ ଗଜରାଜ ନେଉଛି ନିରୀହ ଜନତାଙ୍କ ପ୍ରାଣ ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକର ଲୁହାକାନୀ ପଞ୍ଚାୟତର ବାଙ୍କୀ ଗ୍ରାମରେ । ସୂଚନାଯୋଗ୍ୟ ସୋମବାର ରାତି ୮.୩୦ ଟା ପାଖାପାଖି ସମୟରେ ବାଙ୍କୀ ଗ୍ରାମର ଅଙ୍ଗଦ ଦେହୂରୀ (୬୨) ଏବଂ ଭତେ ଦେହୂରୀ ଦାଣ୍ଡ ଦୁଆର ବାରଣ୍ଡାରେ ଶୋଇଥିଲେ ।ସତେ ଯେମିତି ଯମ ଦାଣ୍ଡ ଦୁଆରରେ ଯମ ଲୁଚିକରି ବସିଥିଲା । ଅନ୍ଧାରର ସୁଯୋଗ ନେଇ ଦନ୍ତା ଆସି ଅଙ୍ଗଦ ଦେହୂରୀ ଘର ଆଗରେ ଠିଆ ହୋଇ ଶୁଣ୍ଢରେ ଭତେ ଦେହୂରୀକୁ ଟାଣୁଥିବା ସମୟରେ ଭତେ ଦେହୂରୀ ପ୍ରାଣ ବିକଳରେ ଖସି ଯାଇ ଲୁଚି ଯାଇ ନିଜ ଜୀବନ ରକ୍ଷା କରିଥିଲା ।ହଠାତ୍ ପୁଣି ବୃଦ୍ଧ ଅଙ୍ଗଦ ଦେହୂରୀକୁ ଶୁଣ୍ଢରେ ଟାଣି ପେଟ ଭିତରେ ଦାନ୍ତ ପୁରାଇ ଅନ୍ତ ଵୁଜୁଳା ବାହାର କରି ଦେଇଥିଲା । ଘଟଣାସ୍ଥଳରେ ଅଙ୍ଗଦ ଦେହୂରୀର ପ୍ରାଣବାୟୁ ଉଡି ଯାଇଥିଲା । ହାତୀଟି ଅନ୍ଧାର ଭିତରେ ଜଙ୍ଗଲକୁ ପଳାଇ ଯାଇଥିଲା ।ଅଙ୍ଗଦର ଚିତ୍କାର ଶୁଣି ଘରେ ତାଙ୍କର ଛୁଆପିଲା ବାହାରକୁ ଆସି ଦେଖିବାକୁ ପାଇଲେ ମୃତ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ପଡିଛନ୍ତି ଅଙ୍ଗଦ ।ସଙ୍ଗେ ସଙ୍ଗେ ଘର ଲୋକ ବିଶୋଇ ଥାନା ଏବଂ ମଣଦା ବନାଞ୍ଚଳ ଅଧୀକାରିଣୀ ଧରିତ୍ରୀ ମୁର୍ମୁଙ୍କୁ ଖବର ଦେଇଥିଲେ । ଧରିତ୍ରୀ ମୁର୍ମୁ ,ବନପାଳ ସୁଶାନ୍ତ ପାତ୍ର,ବନରକ୍ଷୀ ସୁନିଲ ମାଝୀ,ବନରକ୍ଷୀ କୁମୁଦେନ୍ଦୁ ମହାନ୍ତ, ଏବଂ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମଙ୍ଗଳବାର ସକାଳେ ବିଶୋଇ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୯/୨୨ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଛନ୍ତି ।ବନ ବିଭାଗ ପିଡିତାଙ୍କୁ ସହଯୋଗ କରିଛନ୍ତି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ଶୋକ ପ୍ରକାଶ କରିବା ସହ ପିଡିତ ପରିବାରଙ୍କୁ ଆବଶ୍ୟକୀୟ ସହଯୋଗ କରୁଛନ୍ତି । ଦୁଇମାସ ତଳେ ମଧ୍ୟ ବିଜାତଳା ଏବଂ ବିଶୋଇରେ ଦନ୍ତା ଆକ୍ରମଣରେ ଜଣେ ଜଣେ ମରିଥିଲା ।ବନ ବିଭାଗ ତୁରନ୍ତ ପିଡିତା ପରିବାରଙ୍କୁ ସହାୟତା ହାତ ବଢ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଦନ୍ତା ଯୋଗୁଁ ଗାଁ ଲୋକେ ଭୟଭୀତ ବସ୍ତାରେ ଅଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାଗ୍ଯଲେଖା

Sunil Chandra Nayak

ଧର୍ମରାଜ ଯୁଧିଷ୍ଠିର କ’ଣ ପାଇଁ ପଶ୍ଚାତାପ କଲେ

Sunil Chandra Nayak

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ହୃଦ୍ ଘାତରେ ପରଲୋକ….ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!