ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାକାରମାନେ ଆତ୍ମପରିଚିତି ହେବା ନିହାତି ଜରୁରୀ

ବାଲେଶ୍ଵର,୨୬/୭/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମରେ ଥିବା ଓଁ ଶ୍ରୀ ବାବା କପିଳେଶ୍ୱର ଯୁବ ଗଣନାଟ୍ୟ ସଂସଦ ପରିବେଷିତ ମହାନ୍ ପୌରାଣିକ ନାଟକ ” ଅର୍ଜୁନ ରଥରେ କୃଷ୍ଣ ସାରଥୀ ” ର ଶୁଭ ଉଦ୍ଘାଟନ କରି କଳାକାରମାନେ ସଂପ୍ରତି ଆତ୍ମ ପରିଚିତି ହେବା ନିତାନ୍ତ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଂଘ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଇନ୍ଦ୍ରମଣି ସାସମଲ୍, ନାଟ୍ୟ ସଂଗଠକ ତଥା ମଞ୍ଚ ଅଭିନେତା ଶିବ ସାହୁ, ସୁଶାନ୍ତ କୁମାର ପ୍ରଧାନ, ଲିଙ୍ଗରାଜ ସାହୁ ଏବଂ କୈଳାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଗ୍ରାମୀଣ ନାଟ୍ୟ ସଂସ୍କୃତିରୁ ଅପସଂସ୍କୃତିକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ନିମନ୍ତେ ନିବେଦନ କରିଥିଲେ । ଏହି ଅବସରରେ ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପୋଲସରା ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଟୁଲୁ ପଣ୍ଡା ଏବଂ ସମିତିସଭ୍ୟା ପ୍ରତିନିଧି ସତ୍ୟବାଦୀ ସାହୁ ଅତିଥି ଭାବେ ଯୋଗଦେଇ ନାଟ୍ୟ ସଂସ୍କୃତି କ୍ଷେତ୍ରରେ ଖଣ୍ଡୁରୁ ଗ୍ରାମର ମହନୀୟ ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ହରିହର, ଭଜରାମ, ପୂର୍ଣ୍ଣଚନ୍ଦ୍ର, ନିବାସୀ, ଅର୍ଜୁନ, ପ୍ରଦୀପ, ଶଙ୍କର, ଟୁକୁନା, ଦେବେନ୍ଦ୍ର, ଗୋପାଳ, ସଞ୍ଜୟ, ସନ୍ନ୍ୟାସୀ, ନୀଳ, ନାରାୟଣ ପ୍ରମୁଖ ବହୁ କଳାକାର ବାସ୍ତବ ଅଭିନୟ ପ୍ରଦର୍ଶନ କରି ଅଞ୍ଚଳବାସୀଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି । ଗୁରୁ ଇନ୍ଦ୍ରମଣି ସାସମଲ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସୁଶାନ୍ତ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଖଣଣ୍ଡୁରୁ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲା ନିବାସୀ ମହାସଂଘ ରାଜ୍ୟ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଆଗାମୀ ଦିନରେ ମହାସଂଘ କିପରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସକ୍ରିୟ ହେବ ସେବିଷୟରେ ଆଲୋଚନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ କୁହୁଳା କୋହ

Sunil Chandra Nayak

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!