ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ରେ ଡା ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ରାଉରକେଲା/ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଠାରେ ଅନୁଷ୍ଠାନର ପ୍ରଥମ ସଭାପତି ଡାକ୍ତର ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ଅଷ୍ଟମ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶିକ୍ଷାବିତ୍ ରଶ୍ମିତ୍ କୁମାର ସାହାଣୀ, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ସମାଜସେବୀ ସନ୍ତୋଷ ସାହୁ, ସମାଜସେବୀ ରବିନ୍ଦ୍ର କୁମାର ପାଣ୍ଡବ, ସ୍ବର୍ଗତ ଡା ମହାପାତ୍ରଙ୍କ ସହଧର୍ମିଣୀ ସଂଜୁକ୍ତା ମହାପାତ୍ର ପ୍ରମୁଖ ଡାକ୍ତର ମହାପାତ୍ର ଙ୍କ ଶ୍ରଦ୍ଧା ଅନୁଷ୍ଠାନ ପ୍ରତି ଥିବା ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ମତ ରଖିଥିଲେ ଯେ ସେବା ହେଉଛି ବାସେ। ହୃଦୟରୁ ଉଛ୍ଛାସରୁ ସୃଷ୍ଟି ହୁଏ ସେବା ମନୋବୃତ୍ତି। ଦିବ୍ୟାଙ୍ଗଙ୍କ ପ୍ରତି ଆହେତୁକ ଅନୁକମ୍ପା ତାଙ୍କୁ ଶ୍ରଦ୍ଧା ସୃଷ୍ଟି ପାଇଁ ଅନୁପ୍ରାଣିତ କରିଥିଲା। ସେ ଥିଲେ ଶ୍ରଦ୍ଧା ର ପ୍ରତିଷ୍ଠାତା ସଭାପତି। ସେ ଲଗାଇଥିବା ଚାରା ଆଜି ଏକ ଦୃମରେ ପରିଣତ ହୋଇପାରିଛି। ଉପସଭାପତି ଅଶୋକ ବଳ, ଚିତ୍ତରଂଜନ ବ୍ରହ୍ମା ଓ କବି କୁଞ୍ଜବିହାରୀ ରାଉତ ସ୍ବର୍ଗତ ମହାପାତ୍ର ଙ୍କ ସ୍ମୃତି ଚାରଣ ସହ ଅନୁଷ୍ଠାନ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ସଂପାଦକ ଶ୍ରୀ ପାଣ୍ଡବ ସ୍ବର୍ଗତ ମହାପାତ୍ରଙ୍କ ପରିବାର ତରଫରୁ ଯୋଗାଇ ଦିଆଯାଇଥିବା ଆର୍ଥିକ ଅନୁଦାନରେ ପ୍ରତ୍ୟେକ ବର୍ଷ ୫ ଜଣ ମେଧାବୀ ଛାତ୍ରଙ୍କୁ ମେଧାବୃତ୍ତି ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଏହି ଛାତ୍ର ଛାତ୍ରୀ ମାନେ ନବମରୁ ଦଶମ ଶ୍ରେଣୀ କୁ ଯାଉଥିବେ ଓ ସେମାନେ ଦିବ୍ୟାଙ୍ଗ , ମହିଳା କିମ୍ବା ଆର୍ଥିକ ଦୂର୍ବଳ ଶ୍ରେଣୀର ହୋଇଥିବେ ବୋଲି ସୂଚନା ଦେଇଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ସହ ଅନୁଷ୍ଠାନର ଆଭିମୁଖ୍ଯ ଓ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରିତି ବାରିକ, ସୁଜାତା ରାଉତ, ବର୍ଷାରାଣୀ ସାହୁ,ଦୁର୍ଯ୍ୟୋଧନ ଛତ୍ରିଆ, ସୁକୁମାର ପାଣ୍ଡବ,ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ଦୀପ୍ତି ଶର୍ମା ପ୍ରମୁଖ ସହଯୋଗ କରିଥିଲାବେଳେ ସର୍ବଶ୍ରୀ କାଳନ୍ଦୀ ବାରିକ,ମନ୍ନତ କୌର,ରୀନା ସାହୁ,ବାଳକୃଷ୍ଣ ମହାରଣା,ସର୍ବେଶ୍ବର ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!