ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ତଥା କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା:୨୭/୭- ମ.ନୀ.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଚଳିତ ମାସ ୨୩ ତାରିଖ ଦିନ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ତଥା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବ୍ଳକର ପାଠଚକ୍ର,କର୍ମୀ, ସବୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ,ମହିଳା ପାଠଚକ୍ରର,ଅଗ୍ରଦୁତ ପାଠଚକ୍ରର କର୍ମୀ ମାନେ ତଥା ସମସ୍ତ ମାତୃପ୍ରେମୀ ଯୋଗଦାନ କରିଥିଲେ। ଏହି କାର୍ଯ୍ଯକ୍ରମ ରେ ପ୍ରାୟ ୪୦୦ କର୍ମୀ ଉପସ୍ଥିତ ରହିଥିଲେ। ୨ ମିନିଟ୍ ନିରବ ପ୍ରାର୍ଥାନା ପରେ କାର୍ଯ୍ଯକ୍ରମ ଟିକୁ ଆରମ୍ଭ କରାଯାଇଥିଲା। ପ୍ରଥମରେ ଦୁର୍ଗାସ୍ତୋତ୍ର, ଶ୍ରୀ ହରିଚନ୍ଦ୍ର ନାଏକ, ମା ପୁସ୍ତକ ଶ୍ରୀ ସରୋଜ କୁମାର, ଧ୍ଯାନ ଓ ପ୍ରାର୍ଥନା ଶ୍ରୀ ଡିଗ୍ରୃ ନାଗ ପଠନ କରିଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ ଗଣେଶ ପ୍ରସାଦ ସମସ୍ତଙ୍କୁ ସ୍ବାଗତ ଭାଷଣ ଦେଇଥିଲେ। ଏବଂ ଜିଲ୍ଲାର ବର୍ଷସାରା କାର୍ଯ୍ୟକ୍ରମ ର ବାଖ୍ଯା କରିଥିଲେ। ମୁଖ୍ୟ ବକ୍ତା ଭାବରେ ଶ୍ରୀ ବ୍ରଜମୋହନ ବେହେରା,ଶ୍ରୀଯୁକ୍ତ କପିଳାସ ପ୍ରସାଦ ଦାସ, ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ବୁଝାଇଥିଲେ। ସାଙ୍ଗଷ୍ଠାନିକ ଆଲୋଚନା ଶ୍ରୀ ସରୋଜ କୁମାର ପର୍ଟ୍ଟନାୟକ କରିଥିଲେ। ମଣ୍ତଳ ସଂଯୋଜକ ଶ୍ରୀଯୁକ୍ତ ସୁରେଶ ମିଶ୍ର ଏବଂ ଶ୍ରୀଯୁକ୍ତ ନୀଳମାନବ ମିଶ୍ର ଯୋଗଦାନ କରି ସାଧୁବାଦ ଜଣାଇଥିଲେ। ଶ୍ରୀଯୁକ୍ତ ଶୈଳେଶ କୁମାର ଶ୍ରୀଯୁକ୍ତ ମଣ୍ଟୁ ଅଗ୍ରୱାଲ,ଶ୍ରୀଯୁକ୍ତ ଅଖିଳ ଝାଜିରିଆ ମଧ୍ୟ ଯୋଗଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ବିଭୂତି ଭୂଷଣ ପାତ୍ର, ଭଜନ ଗାଇଥିଲେ ଲୀନା ଅପା ତାପରେ ମେସେଜ୍ ପ କେଟ୍ ବଣ୍ଟନ କରିଥିଲେ। ଶେଷରେ ପ୍ରସାଦ ସେବନ କରାଯାଇଥିଲା। ଏପରି ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ କାର୍ଯ୍ଯକ୍ରମ କୁ ଶେଷ କରାଯାଇଥିଲା।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

Sunil Chandra Nayak

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

Leave a Comment

error: Content is protected !!