ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ ଅନ୍ତର୍ଗତ ‘ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାୱାର ଗ୍ରୀଡ଼,ଓପିଟିସିଏଲ ଓ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଜି ଧର୍ମଗଡ ଵିଜୁକଲ୍ଯାଣମଣ୍ଡପ ଠାରେ ‘ଆଜାଦି କି ଅମୄତ ମହୋତ୍ସବ’ ଆୟୋଜିତ ହୋଇଥିଲା।ଧର୍ମଗଡ ଉପଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ,ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ମୌଷଧି ବାଗ,ମାନ୍ୟବର ବିଧାୟକ ଧର୍ମଗଡ, ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଓ ମୁଖ୍ୟ ବକ୍ତା ଭାବେ ପାୱାରଗ୍ରୀଡ଼ ର ମହାପ୍ରବନ୍ଧକ ଏସ୍.କେ.ଚକ୍କି,ଜି,,ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟୁତ ସମ୍ପର୍କୀୟ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ଏହି ଅମୃତ ଉତ୍ସବ ପାଳନ କରାଯାଉଥିବା ଅତିଥିମାନେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଦ୍ୟୁତ ମନ୍ତ୍ରାଳୟଙ୍କ ନିର୍ଦେଶ କ୍ରମେ ରାଜ୍ୟସରକାର ଙ୍କ ସଂସ୍ଥା ଓପିଟିସିଏଲ,ବିଦ୍ୟୁତ ବଣ୍ଟନ ସଂସ୍ଥା ଟିପିଡବ୍ଲୁଓଡିଏଲ ଏବଂ କେନ୍ଦ୍ରୀୟ ସଂସ୍ଥା ପାୱାର ଗ୍ରୀଡ଼ ର ମିଳିତ ଉଦ୍ୟମରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଥିବା ଆଜାଦି କା ଅମୃତ ମହାତ୍ସଵ ଅନ୍ତର୍ଗତ ‘ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ’ ଉତ୍ସବ ଭାରତର ୭୭୩ ଗୋଟି ଜିଲ୍ଲାରେ ପାଳନ କରାଯାଇଛି।

ଉଜ୍ଜଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ପାୱାର@୨୪୭ ସଶକ୍ତ ଶକ୍ତି ବ୍ୟବସ୍ଥା ଅନ୍ତର୍ଗତ ଶକ୍ତି କ୍ଷେତ୍ରରେ ଦେଶର ପ୍ରଗତିକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସମୁଦାୟ ୨.୦୧.୭୨୨ କୋଟି ଖର୍ଚ୍ଚ କରାଯାଇ ଦେଶରେ ୨.୯୨୧ ଗୋଟି ସବ୍ ଷ୍ଟେସନ ନୂତନ ଭାବେ ନିର୍ମାଣ କରାଯାଇଥିବା ବେଳେ ୩.୯୨୬ ସବ୍ ଷ୍ଟେସନର ପୁନରୁଦ୍ଧାର ଓ ଆଧୁନିକକରଣ,୬.୦୪.୪୬୫ ସର୍କିଟ କିଲୋମିଟର ଏଲଟି ଲାଇନ ବିଛାଇବା କାମ,୨.୬୮.୮୩୮ ସର୍କିଟ କିଲୋମିଟର ୧୧ କେଭିଏ ଲାଇନ,୧.୨୨.୧୨୩ ସର୍କିଟ କିଲୋମିଟର ଅଲଗା କୃଷି ଫିଡ଼ର ନିର୍ମାଣ,୭.୩୧.୯୬୧ ନୂଆ ଟ୍ରାସଫରମର ବସାଇବାରେ ସକ୍ଷମ ହୋଇଛୁ ଫଳରେ ୨୦୧୫ ମସିହା ବେଳକୁ ରାଜ୍ୟର ଗ୍ରାମାଞ୍ଚଳ ଗୁଡ଼ିକରେ ବିଜୁଳି ର ଉପଲବ୍ଧତା ହାରାହାରି ୧୨-୧/୨ ଘଣ୍ଟା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୨୨-୧/୨ ଘଣ୍ଟା ହୋଇ ଯାଇଛି ବୋଲି ମୁଖ୍ୟ ବକ୍ତା ଭାବେ ଏସ୍.କେ.ଚକ୍କି,ଜିଏମ, ପ୍ରକାଶ କରି ବିଦ୍ୟୁତ ବିତରଣ କ୍ଷେତ୍ରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଅଧ୍ୟାପକ ମାଧବ ଲହଜଲ ମଞ୍ଚ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମ ରେ ଓପିଟିସିଏଲ ର ଡିଜିଏମ ଅଜୟ କୁମାର ନନ୍ଦ,ଟିପିଡବ୍ଲୁଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ସବ୍ୟସାଚୀ ମିଶ୍ର,ଧର୍ମଗଡ଼ ବିଡ଼ିଓ ଶରତ କୁମାର ସେଠୀ ସମେତ ବିଦ୍ୟୁତ ବିତରଣ କମ୍ପାନୀର ଅଧିକାରୀ ମାନେ ତଥା ଧର୍ମଗଡ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ ସାମିଲ ହୋଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ

Sunil Chandra Nayak

ବିଦ୍ୟୁତ ତାର ସଂସ୍ପର୍ଶ ଗୋଟିଏ ଗାଈ ଓ ତିନୋଟି ବଳଦ ମୃତ , ସହାୟତା ପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!