ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର, ଅଞ୍ଚଳରେ ଭୟର ବାତାବରଣ

ଲାଞ୍ଜିଗଡ଼,୨୭/୦୭(ମନିସ)-ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର କଦମ୍ବଗୁଡ଼ା ଛକ, ଖିକ୍ସାଭଟା ଅଙ୍ଗନବାଡ଼ି କେନ୍ଦ୍ର, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ସିକେରକୁପା ବିଶ୍ରାମାଗାର ଓ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ୍ କାନ୍ଥରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ! ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଗୁଡ଼ିକରେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତ ବାଲାପଦର ଗାଁର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତିକୁ ଟାର୍ଗେଟ୍ କରାଯାଇଛି ! ମାଓ ସଂଗଠନ ନାଁରେ ଠିକାଦାରମାନଙ୍କଠାରୁ ଅର୍ଥ ଆଦାୟ କରିବା ସହ ଦଶଲକ୍ଷ ଟଙ୍କା ନିଜେ ରଖି ଦେଇଥିବା ଅଭିଯୋଗ କରି ତାଙ୍କୁ ପ୍ରଜାକୋର୍ଟରେ ମ୍ରୁତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି ! କଦମ୍ବଗୁଡ଼ାରେ ଗତ ୨୦୧୭ ମସିହାରେ ଜଣେ ଠିକାଦାରଙ୍କ ମିକ୍ସଚର ମେସିନ୍ ପୋଡ଼ିଦେବା ସହିତ ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ମାଓବାଦୀମାନେ ! ଆଜି କଦମ୍ବଗୁଡା ସମେତ ସିକେରକୁପା, ଲାଞ୍ଜିଗଡରୋଡ କଲେଜ ସାମ୍ନାର ମୁଖ୍ୟ ରାସ୍ତାରେ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି! ଏ ସମ୍ପର୍କରେ ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!