ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର, ଅଞ୍ଚଳରେ ଭୟର ବାତାବରଣ

ଲାଞ୍ଜିଗଡ଼,୨୭/୦୭(ମନିସ)-ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର କଦମ୍ବଗୁଡ଼ା ଛକ, ଖିକ୍ସାଭଟା ଅଙ୍ଗନବାଡ଼ି କେନ୍ଦ୍ର, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ସିକେରକୁପା ବିଶ୍ରାମାଗାର ଓ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ୍ କାନ୍ଥରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ! ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଗୁଡ଼ିକରେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତ ବାଲାପଦର ଗାଁର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତିକୁ ଟାର୍ଗେଟ୍ କରାଯାଇଛି ! ମାଓ ସଂଗଠନ ନାଁରେ ଠିକାଦାରମାନଙ୍କଠାରୁ ଅର୍ଥ ଆଦାୟ କରିବା ସହ ଦଶଲକ୍ଷ ଟଙ୍କା ନିଜେ ରଖି ଦେଇଥିବା ଅଭିଯୋଗ କରି ତାଙ୍କୁ ପ୍ରଜାକୋର୍ଟରେ ମ୍ରୁତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି ! କଦମ୍ବଗୁଡ଼ାରେ ଗତ ୨୦୧୭ ମସିହାରେ ଜଣେ ଠିକାଦାରଙ୍କ ମିକ୍ସଚର ମେସିନ୍ ପୋଡ଼ିଦେବା ସହିତ ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ମାଓବାଦୀମାନେ ! ଆଜି କଦମ୍ବଗୁଡା ସମେତ ସିକେରକୁପା, ଲାଞ୍ଜିଗଡରୋଡ କଲେଜ ସାମ୍ନାର ମୁଖ୍ୟ ରାସ୍ତାରେ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି! ଏ ସମ୍ପର୍କରେ ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ – ବିପଦ କୁ ଆମନ୍ତ୍ରଣ କରୁଛି ରାସ୍ତା କଡ ମୁକୁଳା ଡ୍ରେନ

ଶ୍ରୀନିବାସ ପଣ୍ଡା ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!